OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ସମୟର ମହା ଶ୍ମଶାନରେ - ତପନ ଦୀକ୍ଷିତ (ବେଳାଭୂମି)

ସମୟର ମହା ଶ୍ମଶାନରେ - ତପନ ଦୀକ୍ଷିତ (ବେଳାଭୂମି)



ହାତରେ ମୋ କମଣ୍ଡଳୁ 
ଜଟାଜୁଟ ଆଜାନୁ ଲମ୍ବିତ,
ଉଷ୍ମ ତୃଷ୍ଣା ରହି ରହି ଜାଗେ
ଜୀବନଟା ଲାଗେ ମୃତବତ୍,
ତୁମ ର ସେ ଶବ ପାଇଁ
ଅପେକ୍ଷା ମୋ ନିର୍ବାଣ ଉପେକ୍ଷି
ଘରଛଡା ଅଘୋରୀ ମୁଁ ଭସ୍ମ ବିଭୁଷିତ,
ଅତୀତର ଛାତିଚିରି
ସେଇଦିନୁ ତନ୍ନ ତନ୍ନ କରି
ନିରେଖି ଦେଖୁଛି ବସି
ଯେଉଁଦିନୁ ହୋଇଥିଲି
ତୁମ ଦ୍ୱାରା ନଗ୍ନ ବିଶ୍ଲେଷିତ …।।

Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

0 Comments