ଏହି ମାଟି ପରା ମାଆ ଟି,(୨ଥର)
ଭୂମି ରୁ ଭୂମିକା, ଯାର ଦାନ ଏକା,
"ପୃଥିବୀ" ଯାହାର ନାଆଁ ଟି...(ଘୋଷା).୦.

ସୃଷ୍ଟି ସର୍ଜନାର, ନିୟନ୍ତ୍ରଣ ଭାର,
ଯେଉଁଠାରେ ସ୍ଥିର, ଶୂନ୍ଯେ ନିରାକାର,
ଭୂଗୋଲକ ପୁର, ନାମେ ଯା ବିସ୍ତାର,
ଭୂଗୋଳ ନିର୍ଣ୍ଣୟ ଯେଉଁଠି..
ଏହି ପରା ମାଟି...୧.

ଯହିଁ ଦିଶେ ଶୂନ୍ଯେ, ତାରାଗଣ ପନ୍ତି,
ଯହିଁ ନିର୍ଦ୍ଧାରିତ, ସୂର୍ଯ୍ୟ, ଚନ୍ଦ୍ର, ଜ୍ୟୋତି,
ଯହିଁ ନିର୍ଦ୍ଧାରଣ, ଦଶଦିଗ ଖ୍ୟାତି,
ଯହିଁ ଦିନ ରାତି ହୁଏ ଟି ..
ଏହି ପରା ମାଟି..୨.

ଚତୁର୍ଦ୍ଦିଗ ଜଳ ମଝି ଭାଗେ ସ୍ଥଳ,
ଯହିଁ ବୃକ୍ଷଲତା, ନଦ, ନଦୀ କୂଳ,
ଜୀବଜଗତର ସର୍ଜନା ସମ୍ୱଳ,
ବାୟୁ ଚଳାଚଳ ଯେଉଁଠି..
ଏହି ପରା ମାଟି...୩.

ଯାର ବକ୍ଷେ ଜୀବ, ଗଣେ ନର ଶ୍ରେଷ୍ଠ,
ଯାହର ଚିନ୍ତନ ଶକ୍ତି ଟି ଉତ୍କୃଷ୍ଟ,
ଜ୍ଞାନ ରେ ବିଜ୍ଞାନୀ ମାନବେ ଉଦ୍ଧିଷ୍ଟ,
ନିଜ ଦକ୍ଷ ନିଜେ ଦେଖାନ୍ତି..
ଏହି ପରା ମାଟି...୪.

ଏ ମାଟିରେ ଜନ୍ମି, ମରିବା ନିଶ୍ଚିତ,
ଯହିଁ ଯୁଗେଯୁଗେ, ବିଧାତାର କୃତ୍ୟ,
ନିରାକାର ଜନ୍ମି, ହୋଇଥିଲେ ମୃତ,
"ଯହିଁ" ସର୍ଜନା କାଳରୁ ସୃଷ୍ଟି...
ଏହି ପରା ମାଟି...୫. 

ଏ ମାଟିରେ ଜନ୍ମି ମାନବର କୃତ, 
କଦର୍ଯ୍ୟ କଲେଣି ପ୍ରକୃତିର ସତ୍ତ୍ଵ,
କାନ୍ଦି ଏ ଧରଣୀ ମଉନେ ଉତ୍କ୍ରାନ୍ତ
କିଏ ବୁଝେ "ମାଟି" ମନ'ଟି..
ଏହି ପରା ମାଟି...୬.

ଦେହୁ ବୃକ୍ଷଲତା କାଟୁଅଛେ ତାର
ଖୋଳିତାଡ଼ି ମାଟି କରି ନାରଖାର
ଗଢ଼ି ଘରଦ୍ବାର ବୋଲାଇ ନିଜର
ଏ ମାଟି ଦୁଃଖେ କେ ଦୁଃଖି ଟି?

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
9124049129