ନୀଳଶାଢୀ ପିନ୍ଧି ଚାଲୁ ଥିରିଥିରି
ରୂପରେ ଅନନ୍ୟା ସତେ ଅବା ପରୀ
ହେମକୁରଙ୍ଗୀ ପରି ତୋର କଟୀ
ଦରଶନ ମାତ୍ରକେ ହୃଦ ପଡେ ଥକି।

ବିଜୁଳି ଦେଖାଏ ତୋର ଚଲାପଥ
ରୁମଝୁମ ଶବଦେ ଚାଲୁ ତୁହି ବାଟ
ଚିକମିକ ମୁହଁ ତୋର ମନଲୋଭା
ଦେଖିଦେଲେ ଥରେ ହୃଦପଡେ ବନ୍ଧା।

ଚିହ୍ନି ପାରିଲିନି ଆଗୋ ହେ ସୁନ୍ଦରି
ତୋ ରୂପରଙ୍ଗେ ମନ ହେଲାଚୋରୀ
ଉଠିଲା ହୃଦେ ଝଡ ପିରତିର
ମଦନ ପରଶେ ହେଲି ମୁଁ ଅଧିର।

ଭାବୁଭାବୁ ଶ୍ରାବଣୀ  ଦେଲି ଡାକି
ଶରମି ଅଳପ ଦୁରେ ରହିଲ ଅଟକି
ମନରେ ଲାଗିଲା ପିରତି ମହକ
ହୃଦ ବିକଳରେ ଖୋଲିଲା ଫାଟକ ।

ନରମ ଆଖିରେ ଆଖିକୁ ମିଶାଇ
ପିରତି ପରଶ ଦେଲ ତୁମେ ଛୁଇଁ
ଚୁପିଚୁପି କାନେ ମୋର ଦେଲ କହି
ମୁଁ ଶ୍ରାବଣୀଗୋ ତୁମପାଇଁ ଗଢିଅଛି ବିହି।

ତୁମେ ମୋର ପ୍ରୀୟ ମୁଁ ତୁମ ମାନସୀ
ଭୁଲି ଗଲ ନାଥ ମୁଁ ତୁମ ପ୍ରେୟସୀ
ମୋ ପାଇଁ ତୁମର କବିତା ମୂର୍ଚ୍ଛନା
ତୁମ ବିନା ହୁଏ ମୁଁ ଆନମନା

ତୁମ ପିରତିର ଅକୁହା କାହାଣୀ
ମନ ମନ୍ଦିରରେ ତୁମ ପୂଜାରିଣୀ।
ସାରା ଦେହ ଭିଜାଇ ଦେଲଗୋ ସୁନ୍ଦରୀ
ମନରେ ଖେଳିଲା ସପନ ଅସୁମାରୀ

ପୁଣି ଫେରିଛ ଆଗୋ ମୋ ପ୍ରେୟସୀ
ପ୍ରତିକ୍ଷା ମୋ ଅନ୍ତହେଲା ଆସି
ହୃଦରେ ଲାଗିଛି ଏମିତି ଯେ ନିଆଁ
ତୂମ ବିନା ଦିଶେ ଅନ୍ଧାର ଦୁନିଆ

ଯେତେ  ଭିଜାଅ ଦେହ ମନକୁ
ଭିଜିଯାଏ ତୁମ ରଙ୍ଗେ
କେତେ ମିନତିରେ ତୁମେ ଯେ ଫେରିଅଛ
ଚଗଲି ରିମଝିମ ବରଷା ସଙ୍ଗେ।

ମନମୋ ନାଚୁଛି ହୃଦୟ ଥରୁଛି
ଦେହେ ଅଛି ଅଜବ ଶିହରଣ
ତୁମ ଛୂଆଁ ସତେ ଏତେ ମାଦକତା
ଅଧିର ହେଉଛି  ଆଜି ଏ ପରାଣ।

ଜମ୍ବେଶ୍ବରପୁର,ବାଲେଶ୍ବର
Sent from my Samsung Galaxy smartphone.