ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ପ୍ରେମ ପୂଜାରିଣୀ - ସଂଯୁକ୍ତା ରାଉତ

ପ୍ରେମ ପୂଜାରିଣୀ - ସଂଯୁକ୍ତା ରାଉତ

ମନର କାନ୍ଭାସେ 
ଆପେ ଆଙ୍କି ହୁଏ
ପ୍ରିୟତମ, ତୁମ ଛବି !

ଭିଡ଼ ଭିତରେ ବି
ସ୍ମୃତି ଭାସି ଆସେ
ତୁମ କଥା ଭାବି ଭାବି ୲ ୲

ସ୍ମୃତି ତୁମ ନିତି
ମହ୍ଲାର ତୋଳେ
ସ୍ମିତ ମାଧୁରିମା ସୁରେ ୲ ୲

ନିରାଶ ମନେ ମୋ'
ଭରେ ଆଶା ଅଂଶୁ ,
ଗୁପ୍ତ ପ୍ରଣୟର ଧାରେ ୲ ୲

ସିକ୍ତ ହୁଏ ପ୍ରାଣ
ତୁମ ପ୍ରେମ ନୀରେ
ଶତ ଶିହରଣ ଖେଳେ ୲ ୲

ମନ ଉପବନେ
ପ୍ରିୟ, ତୁମ ଲାଗି
ପ୍ରୀତିର ସଉଧ ତୋଳେ ୲ ୲

ପ୍ରତୀକ୍ଷାରେ ତବ
ପ୍ରେମ ପୂଜାରିଣୀ
ରହିଛି, ରହି ତ' ଥିବ ୲ ୲

ସାକ୍ଷୀ ଅଛି ସ୍ମୃତି
ଆମ ପ୍ରେମ, ସାଥୀ
ସତେକି ସତ ହୋଇବ ! !

Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Apr 28, 2019

0 Comments