OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ପ୍ରତ୍ୟାଶି ମନ - ଜୟଶ୍ରୀ ପଟ୍ଟନାୟକ

କ୍ଷୁଦ୍ରଗଳ୍ପ - ପ୍ରତ୍ୟାଶି ମନ - ଜୟଶ୍ରୀ ପଟ୍ଟନାୟକ

ପିଲା ମାନଙ୍କୁ ଜନ୍ମରୁ ବହୁତ ଯତ୍ନ ନେଉଥିଲେ ବିନୋଦ ବାବୁ । ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର । ନିଜେ ଖଡ଼ଗପୁର ଆଇ ଆଇ ଟି ରୁ ଏମ ଟେକ କରି ହାଉସିଂ ଏଣ୍ଡ ଅର୍ବାନ ରେ ଚାକିରି କରୁଥିଲେ । ନିଜେ ଖୁବ ଅୟସ ରେ ବଢିଥିବାରୁ ପିଲାମାନଙ୍କୁ ମଧ୍ୟ ଖୁବ ଅୟସରେ ବଢାଇଥିଲେ । 
     
ଏବେ ଦୁଇ ପୁଅ ପ୍ରତିଷ୍ଠିତ ଇଞ୍ଜିନିୟର । ଝିଅ ର ବିବାହ ବୟସ ହୋଇଯିବାରୁ ବାହାଘର କାମ ସାରି ଦେଇଥିଲେ । ଦୁଇ ବୋହୁ ମଧ୍ୟ ଖାନ ଦାନୀ ଘରର ଏବଂ ଦୁହେଁ ଦୁଇଟି ମେଡିକାଲ ରେ ଡକ୍ଟର । ଏଥର ଖୁସୀର ସୀମା ରହିଲାନି । ପତ୍ନୀ ଙ୍କ ସହ ତୀର୍ଥଯାତ୍ରା କରି ଅନେକ ଦର୍ଶନୀୟ ସ୍ଥାନ ଭ୍ରମଣ କରି ଆସିଛନ୍ତି । ଦିନେ ହଠାତ ସ୍ତ୍ରୀ ଙ୍କର ହୃଦଘାତ ହେବାରୁ ଆରପାରି କୁ ଚାଲିଗଲା । ତାପରେ ସଂଗହୀନ ଜୀବନ ଜୀଇଁବା ଭାରି କଷ୍ଟ ହେଲା ।

ଅଚାନକ ବଦଳିଗଲା ପୁଅ ବୋହୂଙ୍କର ହାଵ ଭାବ । ସକାଳ ପେପର ପଢ଼ା,ଚାଲିବା ପରେ ଟିକେ ଜଳଖିଆ,ଦି ପହର ଖାଦ୍ୟ ଖାଇବା ଓ ରାତି ଖାଇବା ସବୁରେ ଅବହେଳା ନାତି ନାତୁଣୀ ଙ୍କ କଥା ବୁଝିଲା ବେଳକୁ ବୋହୁମାନଙ୍କୁ ସମୟ ହେଉନି । ସେଥିରେ ଡାଇବେଟିସ,ବି ପି ସମୟରେ ଖାଇବାକୁ ଦେବା ଔଷଧ ଦେବା କଥା କିଏ ବୁଝିବ ?ସ୍ତ୍ରୀ ଚାଲିଯିବା ଦିନୁ ଢ଼େର ବ୍ୟତିକ୍ରମ ହେଲାଣି । ଅଜାଗା ଘା ଦେଖି ହୁଏନି କି ଦେଖାଇ ହୁଏନି । ସଂସାରେ ଘର କରିଥିଲେ ପଥର ପଡିଲେ ସହି ।

ଯତ୍ନ ନେବା ରେ ଅବହେଳା ହେବାରୁ ପୁଅ ଦୁଇଜଣ ନିଷ୍ପତ୍ତି ନେଲେ ବୃଦ୍ଧାଶ୍ରମ ରେ ନେଇ ବାପାଙ୍କୁ ଛାଡି ଆସିବାପାଇଁ । ଶେଷକୁ ସେଇୟା ହେଲା । ଏବେ ବୃଦ୍ଧାଶ୍ରମ ର ଚାରି କାନ୍ଥ ମଧ୍ୟରେ ଖୁବ ଅଣନିଶ୍ୱାସୀ ପାଲଟି ଯାଉଛନ୍ତି ବିନୋଦ ବାବୁ । ଖୁବ ଅୟସ ରେ ବଢାଇଥିବା ପିଲାମାନେ ଆଉ ଚାହିଁଲେନି ତାଙ୍କ ଅୟସ ଭିତରେ ଏ ବୁଢା ବାପା  ଟିକୁ ସାମିଲ କରିବାକୁ । ତେଣୁ ଗୋଟାଏ ମୁକ୍ତ ବିହଙ୍ଗ ଜୀବନ ରୁ ବାହାରି ଆସି ପଞ୍ଜୁରୀ ଭିତରେ ଗୋଟାଏ ବନ୍ଦୀ ଜୀବନ କାଟିବା ନିହାତି ଅଣ ନିଃଶ୍ୱାସ ବୋଧ ହେଉଥିଲା ତାଙ୍କୁ । ସେ ଖୋଜୁଥିଲେ ବୈକୁଣ୍ଠ ସମାନ ଅଟେ ସେହି ଘର। ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର ଏହି ଉକ୍ତି ଟିକୁ ପିଲା ବେଳୁ ଏ ଯାବତ  ପଢି ପଢି ଶେଷକୁ ବୋଧ ହୁଏ ଏହାର ସଂଜ୍ଞା ବଦଳି ଯାଇଛି ।

ଗଙ୍ଗନଗର, ଭୁବନେଶ୍ୱର
ମୋ - 9438368967

0 Comments