"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ବନ୍ଦେ ଉତ୍କଳ ଜନନୀ - ସଦାନନ୍ଦ ସାହୁ

ବନ୍ଦେ ଉତ୍କଳ ଜନନୀ - ସଦାନନ୍ଦ ସାହୁ

ଉତ୍କଳ ଜନନୀ   ନମୋ ନାରାୟଣୀ 
     ସୌନ୍ଦର୍ଯ୍ୟା ନିପୁଣା  ମାତା
ରୂପରେ ଅପୂର୍ବା ଏ'ସୃଷ୍ଟିରେ ତୁ' ଶ୍ରେଷ୍ଠା 
     ତୁ'ମାଆ   ଜଗତ ଜିତା  ! ! 

ପ୍ରକୃତି ବିଭବା  ତୁ'ଯେ  ସ୍ଵୟଂପୂର୍ଣ୍ଣା 
       ସୁଶୋଭିତ   ବକ୍ଷରାଜି 
ସବୁଜିମା ରଙ୍ଗ  ସୁରମ୍ୟ ତୋ' ଅଙ୍ଗ
      କିଏ ମା' ଦେଇଛି ଖଞ୍ଜି   ! ! 

ପାଦପଦ୍ମେ ତୋ'ର   ସପ୍ତସିନ୍ଧୁ ନୀର 
      ପ୍ରଖ୍ୟାଳନେ    ନିୟୋଜିତ  
ଶୁଭ୍ରକେଶା ବେଶା ତଟିନୀ ସୁଵେଶା 
     କଲ୍ୟାଣ ଆଶିଷେ ସ୍ରୋତ   ! !  

ଅଖଣ୍ଡ ଭୂଖଣ୍ଡ  ସୀମା ତୋ'  ବିସ୍ତୀର୍ଣ୍ଣ  
      ଅରଣ୍ୟାନୀ   ରାଜରାଣୀ
ଝରଣା  ସୁହାନି  ନିର୍ଝରିଣୀ  ବାଳୀ 
       ରାଗର  ରାଗିଣୀ   ମଣି  ! ! 

ପୂରୁବ   ପଶ୍ଚିମ   ଉତର  ଦକ୍ଷିଣ 
     ଚତୁଃଦିଗେ   ପରିପୂର୍ଣ୍ଣା 
ବାନ୍ଧ ପାଟ ଶାଢ଼ୀ ରୌପ୍ୟ ତାରକସି 
      ବସ୍ତ୍ରାୟାଣୀ   ଅର୍ଣ୍ଣ ପୂର୍ଣ୍ଣା   ! ! 

ମାଣିଆ ବନ୍ଧର   ବାନ୍ଧ କଳାପ୍ରୀତ 
      କୁଶଳି ତୋ'  କାରିଗର 
ସମଲାଇ ପାଟ  ପଣତ ବିଚିତ୍ର 
     ଆହାକି ତୋ' ଉପହାର  ! !

ଚିଲିକା ଅଂଶୁପା  ରୂପେ ଅପରୂପା 
     ଚିତ୍ରବର୍ଣ୍ଣା ହ୍ରଦ  ହୃଦ   
ଶୋଭାର ଭଣ୍ଡାର  ଉତ୍କଳ ସଜଳ
      ଆତ୍ମତୃପ୍ତି     ସୁଖପ୍ରଦ   ! ! 

କାରୁକାର୍ଯ୍ୟ ମୟ  ଐତିହ୍ୟ ବିଭବ 
      ସପ୍ତାଶ୍ଚର୍ଯ୍ୟ  କୋଣାରକ 
ସୂର୍ଯ୍ୟଦେବ ପ୍ରୀତ  ଅଦ୍ୟାବଧି ସତ 
       ଉତ୍କଳ ଭାସ୍କର   ଅର୍କ   ! ! 

ଶ୍ରୀକ୍ଷେତ୍ର  ବିଖ୍ୟାତ ଶଙ୍ଖକ୍ଷେତ୍ର ମିତ 
        ଵିଶ୍ଵ ବ୍ରହ୍ମାଣ୍ଡର  କେନ୍ଦ୍ର  
 ଜଗତର ନାଥ   ହୃଦୟ   ସଙ୍ଗାତ 
       ବସିଛନ୍ତି   ଖୋଲି ନେତ୍ର   ! ! 

 ବଡ଼ ଦେଉଳର  ପତିତ  ପାବନ 
        ଉଡେ ସଦା ଫର ଫର 
ଉତ୍କଳ  ମହିମା  ଭାବ ଉଦ୍ଦୀପନା 
       ଭକ୍ତି ଅର୍ଘ୍ୟ   ଭକତର   ! ! 

ଚିର ବନ୍ଦନୀୟା   ମାଆ ଉତ୍କଳୀକା 
        ଶତବାର   ପ୍ରଣିପାତ 
କବି ବରପୁତ୍ର ତୋ'ର ପ୍ରିୟ ସୁତ 
    ତୋ'ରୂପେ ବିମୁଗ୍ଧ  ସତ   ! ! 
- - - - - - - - - - - - - - - - - - - - - 
ସଦାନନ୍ଦ ସାହୁ 
କାରା କର୍ମଚରୀ , କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର , ଭ୍ରାମ୍ୟଭାଷ  ସଂଖ୍ୟା-  7978517998
- - - - - - - - - - - - - - - - - - - - - - - -

0 Comments