"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ହେ ଉଦୟଭାନୁ - ନାରାୟଣ ଚନ୍ଦ୍ର ସେନାପତି

ହେ ଉଦୟଭାନୁ - ନାରାୟଣ ଚନ୍ଦ୍ର ସେନାପତି

⛳ *ହେ ଉଦୟଭାନୁ*⛳
ହେ ଉଦୟଭାନୁ.. 
ନିଶାର ତମସାକୁ ଦେଇ ସାମୟିକ ବିଦାୟ
ସ୍ୱାଗତ କର ଯେବେ ମୋ ପୁରବାସୀଙ୍କୁ
କାକ ପିକ କୁକ୍କୁଟ ବଜାନ୍ତି ଭେରିତୁରୀ
ସମୀରଣ କରେ ସୁମଧୁର ଗୁଞ୍ଜନ
ଅପରୂପ ସୁଷମାର ଅନନ୍ୟ ସଙ୍ଗମ
ଆନନ୍ଦ ବିଭୋରେ ସର୍ବେ କରନ୍ତି ଦର୍ଶନ
ପାହାଡ଼ ଫାଙ୍କରୁ ଦେଖି ତଵ ଶ୍ରୀମୁଖର ଦୀପ୍ତ ଜ୍ୟୋତି
ହାତଯୋଡି ଜୀବେ କହନ୍ତି
ନମୋ ନମଃ ନମଃ ସୂର୍ଯ୍ୟନାରାୟଣାୟ।

ହେ ଉଦିତ ତପନ
ତୁମ ଏ କଅଁଳ ତୀର୍ଯ୍ୟକ କିରଣ
କରେ ଯେବେ ଧରଣୀକୁ ମଧୁସ୍ପର୍ଶ
ଲାଜରେ ଓଢଣୀ ଦେଇ ଲୁଚନ୍ତି କାକରେ
ଚୋରା ଚାହାଣୀରେ ଛୁଇଁ-
ପ୍ରତିଫଳିତ ମୃଦ୍ୟୁହସ
ବାଣ୍ଟ ସରାଗରେ ଗୁପ୍ତେ ଭିଟାମିନ ଡି ରସ
ଆନନ୍ଦେ ଭରି ଫୁର୍ତ୍ତି ଓ ପୁଲକ
ଆଖି ଚାପି ସର୍ବେ କହନ୍ତି
ଧନ୍ୟ ତୁମ ବଡ଼ପଣ ହେ ବିଶ୍ଵରୂପାୟ ।

ହେ ଉଦିତ ଅରୁଣ
ନିଷ୍ଠୁର ଶୀତ ପ୍ରକୋପେ 
ଦୀନ ଶିଶୁ ଯେବେ ମାରୁଥାନ୍ତି ଦାନ୍ତୁଡ଼ି
ଦୟାର୍ଦ୍ର ହୃଦୟ ତଵ ଯାଏ ତରଳି
ଦେଇ ତାପ ରେଣୁ
ହୃଦୟେ ଫୁଟାଅ ତାର ଖୁସିର ସୁମନ
ବିଚରା ଦରିଦ୍ର ସବୁ ଉତ୍ଫୁଲ୍ଲିତେ କହନ୍ତି
ଶତ ଦଣ୍ଡବତ ହେ ଦିବାକର
ନମୋ ନମଃ ନମଃ ହେ ମିତ୍ରାୟ।

ହେ ଉଦିତ ଉତ୍ଥୀତ ଆର୍ଯ୍ୟ ପରିବାର
ତୁମ ସେ ଶ୍ରଦ୍ଧା କୋଠାରୀର ମହାକର୍ଷଣୀୟ ପ୍ରେମ ସ୍ପର୍ଶ
ବାନ୍ଧିଛି ସଭିଙ୍କୁ ସମ୍ପର୍କର ଡୋରରେ
କି ନିଷ୍ପାପ ତୁମ ଆତ୍ମା
ଭାବନାର ପଦ୍ୟେ ରଚ ଜିଜ୍ଞାସାର ଗଦ୍ୟ
ଭାଷା ବିନିମୟେ ଗଢ ସାହିତ୍ୟ ମହଲ
ପ୍ରକୃତି ନାଚି ନାଚି କହେ
ଓଁ ନମଃ ସୁସାହିତ୍ୟେ ଭାଷା ଶାସ୍ତ୍ରାୟ।

⛳ *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା, କେନ୍ଦୁଝର* ⛳

0 Comments