ଓଡିଆ ନବ ବରଷ - ନିବେଦିତା ମହାପାତ୍ର

ଓଡିଆ ନବ ବରଷ - ନିବେଦିତା ମହାପାତ୍ର

ନୂଆସକାଳ ଆସିଛି ଧରି ରଙ୍ଗ ମୁରୁଜ
ଇନ୍ଦ୍ରଧନୁ ସପ୍ତରଙ୍ଗେ ଧରା ହେବ ସଜ୍ଜିତ।
ସବୁରି ମନରେ ଭରିଛି ନୂଆ ଉଲ୍ଲାସ
ସ୍ବାଗତ କରିବେ ଓଡିଆ ନବ ବରଷ।
ସଜେଇ ହେଉଛି ଧରା ପୁରପଲ୍ଲୀ ନଗର
ଆଲୋକରେ ସଜ୍ଜାହୁଏ ଘର ଠାରୁ ମନ୍ଦିର।
ନୂଆବରଷ ପାଳିବାକୁ ସଭିଙ୍କ ମନ ଆତୁର
ଉତ୍ସବ ମୁଖରିତ ହୋଇଅଛି ସବୁ ପୁର।
ସବୁରି ମନରେ ନୂଆ ଆଶା ଆଲୋକ
ଚମକି ଉଠିବ ପୁଣିଥରେ ସବୁ ସଂପର୍କ ।
ସଭିଙ୍କୁ କୋଳେଇ ନେବା ଦେଇ ସ୍ନେହମମତା
ମାନଅଭିମାନ ଭୁଲି ଲେଖିବା ନୂଅା କବିତା।
ମହାବୀର ହନୁମାନଙ୍କ ଆଜି ଶୁଭ ଜନ୍ମଦିବସ
କଳିଯୁଗରେ ଅଟନ୍ତି ସେହିତ ଅମର ପୁରୁଷ।
ବିଷୁବ ରେଖାରେ ଅବସ୍ଥାନ କରିବେ ତପନ
ପ୍ରଖର ହୋଇବ ଆଜିଠାରୁ ତାଙ୍କ କିରଣ।
ଚଉରାରେ ବନ୍ଧାହେବ ବସୁନ୍ଧରା ଠେକି
ଜଳାର୍ପଣ କରାହେବ ସ୍ବାଦିଷ୍ଟ ପଣା ଟେକି।
ଆଜିତ ଶୁଭଲଗନ ପ୍ରତି ଓଡିଆ ପାଇଁ
କରିବା ସକଳକର୍ମ ବିଭୁ ପୟର ଧ୍ୟାୟୀ।

🌹ନିବେଦିତା ମହାପାତ୍ର
ମୁକୁନ୍ଦ ମିଶ୍ର ନଗର,ପୁରୀ🌹
🌹🌹🌹🌹🌹🌹🌹

0 Comments