OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ନିଦାଘ - ସଦାନନ୍ଦ ସାହୁ

ନିଦାଘ - ସଦାନନ୍ଦ ସାହୁ

ନିଦାଘ ଦାରୁଣ ନିଦାଘ କାରୁଣ୍ୟ
    ସୃଷ୍ଟିର  ଜଟିଳ   ଅଙ୍କ , 
ଋତୁଚକ୍ର କ୍ରମେ ଆସେ ରୌଦ୍ରତାପେ
     ପ୍ରଚଣ୍ଡ ତା' ବିଶେଷାଙ୍କ   ! ! 

ମହାମାନ୍ୟ   ସୂର୍ଯ୍ୟ  ମୂଳସୁତ୍ର ଧର 
    ନିଦାଘ ତା'       ପରିଚୟ , 
ଧରିତ୍ରୀ ବକ୍ଷରେ  ବିନା ସଂକୋଚ ରେ 
      ଢାଳେ ତା'ବହ୍ନି  ଆଗ୍ନେୟ   ୲ ୲ 

ଉତ୍ତପ୍ତ  ବିକ୍ଷିପ୍ତ   ତୀର୍ଯ୍ୟକ  କିରଣ 
      ସର୍ବ ସ୍ଥାନେ  ତାପ କୋପ, 
ସହି ହୁଏନାହିଁ   କହି ହୁଏ ନାହିଁ 
       ସତେକି ଏ' ଅଭିଶାପ   ! ! 

ହେଲେବି  ନିଷ୍ଠୁର ରୌଦ୍ରର ନିଦାଘ
       ମଙ୍ଗଳ ବିଧାନ ମାତେ  
ଜଳ ଚକ୍ରେ  ବକ୍ରେ  ବରଷା ଭିଆଏ 
       ଅକୁଣ୍ଠିତ ଚିତ୍ତେ  ସତେ    ! !

ଷଡଋତୁ ମଧ୍ୟେ   ପ୍ରଚଣ୍ଡ   ଉତ୍ତପ୍ତ 
      ଗ୍ରୀଷ୍ମ  ଉଷ୍ମ  କୋଳାହଳ , 
ଦୁଃଖ ପରେ ସୁଖ  ଆସେ ନିରନ୍ତର 
     ନିଦାଘ  ହୁଏ  ଦୁଃର୍ବଳ  ! ! 

ଧରିତ୍ରୀର ଶୋଭା  ଲାଗେ ମନ ଲୋଭା 
       ନିଦାଘର    ସମର୍ପଣ 
ବରଷା ସହିତ  ସମ୍ପର୍କେ  ସଂଶ୍ଳିଷ୍ଠ 
      ଅଶୁଝା ଏ'   ମହାଋଣ 

ସଦାନନ୍ଦ ସାହୁ, (କାରା କର୍ମଚାରୀ)
ଧୁରୁଷିଆ, ଆଠଗଡ, କଟକ

0 Comments