ମନେପଡ଼ ତମେ - ସୌମ୍ୟ ରଞ୍ଜନ ଦାଶ

ମନେପଡ଼ ତମେ - ସୌମ୍ୟ ରଞ୍ଜନ ଦାଶ

ଆକାଶ ଓ ତାରା ର ମିଳା ମିଶା ସରିଗଲା ପରେ...... 
         ଚାନ୍ଦ କୁମୁଦ ର ପ୍ରଣୟ ପତ୍ର ଚିରିଗଲା ପରେ....... 
         ରାତି ଆଉ ସକାଳ ର ବୁଝାମଣା ହୋଇ ଗଲା ପରେ.... 
      ମନେ ପଡ଼ ତମେ l

ତମେ ଯେବେ ମନେ ପଡ଼ କାହିଁକି କେଜାଣି.... 

ମହକି ଉଠେ ମୋ ସମୟ 
ଚହଲି ଯାଏ ମୋ ପ୍ରେମ ନଦିନୀ ର ଜଳରାଶି 
କଥା କହି ଉଠେ ମୋ ଶୂନଶାନ ହୃଦୟ 
ଫୁଟିଯାନ୍ତି ମନ ଗୋଲାପ ବନ  ର ଅଧା ଫୁଟା ଫୁଲ କଢ଼ ମାନେ  l

ତମେ ଯେବେ ମନେ ପଡ଼....

 ଇନ୍ଦ୍ରଧନୁ ଲାଗେ ଆହୁରି ରଙ୍ଗୀନ

ସୂରୁଜ ର ସୁନେଲି କିରଣ ସ୍ଵର୍ଣ୍ଣମୟ କରେ ମୋ ବାଟ ଘାଟ ଆଉ ଚଲାପଥ  
ଦୁଆର ବନ୍ଧ ର ଶୁଭ କଳସ ଟା ଯେମିତି ତମ ଅପେକ୍ଷା ଆଖି ରେ ମଗ୍ନ 
ଅଗଣା ର ମଧୁମାଳତୀ ସ୍ଵାଗତିକା ର ପର୍ବ ପାଇଁ ଆକୁଳେ ଆଚ୍ଛନ୍ନ........ 

ଏଇ କଣ ତମେ ଆସିବାର ସଙ୍କେତ ନା ଦୁଷ୍ଟ ସ୍ପନ୍ଦନ ର ମିଠା ମିଠା ବାହାନା ।

ସୌମ୍ୟ ରଞ୍ଜନ ଦାଶ 
ବଲାଙ୍ଗୀର 

0 Comments