OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ମାଆର କାହାଣୀ - ବଳରାମ ତରାଇ

କ୍ଷୁଦ୍ରଗଳ୍ପ - ମାଆର କାହାଣୀ - ବଳରାମ ତରାଇ

ମାଆଟିଏ କେତେ କଷ୍ଟରେ ବାପଛେଉଣ୍ଡ ପିଲାମାନଙ୍କୁ ଆଖିର ଲୁହ ଆଖିରେ ରଖି, ମନର କୋହ ମନରେ ଯାକି ଆ'ଘରେ ତା' ଘରେବାସନ ମାଜି ଦୁଇପୁଅ ଓ ଗୋଟିଏ ଝିଅକୁ ବଡ କଲା । ଜୀବନରେ ସେ କେତେ ଦୁଃଖ ନ ପାଇଛି ? ଛୁଆମାନଙ୍କ ମୁହଁକୁ ଦେଖି ସବୁ ଭୁଲିଯାଇଛି ସେ । ଦେଖୁ ଦେଖୁ ପିଲାମାନେ ଯେ କେତେବେଳେ ବଡ ହୋଇଗଲେ ଜଣାପଡିଲା ନାହିଁ । ମାଆର ମନ ଭାରି ଖୁସି । ବଡପୁଅ ଚା'ଦୋକାନ ଟେ କରି ତା' ପରିବାରକୁ କଷ୍ଟେମଷ୍ଟେ ଚଳେଇ ନେଉଛି । ସାନପୁଅ ଭଲ ପଢେ ବୋଲି ସେ ବି ନବୋଦୟ ବିଦ୍ୟାଳୟରେ ପଢି ସହରରେ ଭଲ ଚାକିରି ଖଣ୍ଡେ ପାଇଛି । ତା'ପରିବାରକୁ ଧରି ସେ ବି ଭଲରେ ଅଛି । ମାଆର ମନ କୁଣ୍ଢେମୋଟ।ଭାବୁଛି, ମୋର ଦୁଃଖ ଗଲା । ଆଉ ମୋତେ କିଛି କଷ୍ଟ କରିବାକୁ ପଡିବନି । ଚାଲ ଛପର ଘରଟେ ଅଛି । ସରପଞ୍ଚ କଥା ଦେଇଛି, ଇନ୍ଦିରାବାସଟା କରିଦେବ । ଭତ୍ତା ମିଳୁଛି । ଆଉ ଅସୁବିଧା ନାହିଁ । ଏମିତି କିଛିଦିନ ଗଲା । ନାତି ଟୋକା ସାଙ୍ଗରେ ହସିମାତି କେତେବେଳେ ଦିନରାତି ଗଡିଯାଉଥାଏ, ବୁଢୀକୁ ଜଣାପଡୁ ନଥାଏ । ଦିନେ ଭାବିଲା, ସାନପୁଅ ଘରକୁ କିଛିଦିନ ଯାଇ ରହିଆସିବ । ସେଠି କିଛିଦିନ ଭଲରେ କଟିଛି କି ନାହିଁ, ହଠାତ୍ ସାନବହୁର କଥା ତା'କାନରେ ବାଜିଲା । ସାନପୁଅକୁ ବୋହୁ କହୁଛି, ହଇହୋ, ତୁମ ମାଆ କ'ଣ ଏଠୁ ଘୁଞ୍ଚିବାର ନାଆ ଧରୁନାହାନ୍ତି । ବଡଘର ସବୁ ଖାଇବେ, ଆଉ ଆମେ ଜୀବନ ଯାକ ଆମେ ପୋଷିବା। ବୁଢୀର ମନ ଭିତରର କୋହଟା ରକ୍ତ ହୋଇ ବୋହିଗଲା । ଚାରିଦିଗ ଅନ୍ଧାର ଦିଶିଲା । ସେ କ'ଣ ଭାବିଥିଲା, ଆଉ କ'ଣ ହେଲା ? କାହାକୁ କହିବ ଏ ସବୁ କଥା ? ଆଖିର ଲୁହ ଆଖିରେ ଚାପି, ମନର କୋହ ମନରେ ରଖିଲା । ପୁଅକୁ କହି ଗାଆଁକୁ ଚାଲିଗଲା। ଭାବିଲା, ବଡବୋହୁ ମୋର ଭଲ । ଏଠି ମୋର ଶେଷ ଜୀବନଟା ଆରାମରେ କଟିଯିବ। କିଛି ଦିନ ପରେ, ବୁଢୀକୁ ବେଶୀ ଥଣ୍ଡା ଜାବର ହେଇଗଲା । ରାତିରେ କାଶ ହେଉଛି । ପାଖ ଔଷଧ ଦୋକାନରୁ କେତେ ଔଷଧ ଖାଇଲେ ବି ନିଆଲଗା କାଶ ଜ୍ବର କମିବାର ନାଆ ଧରୁନି । ବଡପୁଅକୁ ଟିକେ ଡାକ୍ତର ପାଖକୁ ନେଇଯିବା ପାଇଁ କହିଲା । ଠିକ୍ ସେତିକିବେଳେ ବୋହୂ ଆସି ପୁଅକୁ ତାଗିଦ୍ କରିବା ଢଙ୍ଗରେ କହୁଛି, ହେଇଟି ଏତେଦିନ ତ ମାଆକୁ ଆମେ ରଖିଲୁ । ଆମର କେତେ ଆମଦାନୀ ହେଉଛି ଯେ ? ଏଥର ତାଙ୍କୁ ସାନଘରେ ଛାଡିଆସ । ଏକଥା ଶୁଣି ବୁଢୀର ଫାକାଶି ଉଡିଗଲା । ରାତିସାରା ଆଖିରୁ ଲୁହ ଗାଉଥାଏ । ଭାବୁଥାଏ, ସକାଳେ ସାନପୁଅଘରକୁ କିପରି ଯିବି

ଗଇନାଡ, ଖୋରଧା, ଓଡିଶା

0 Comments