ଯେତେ ଭୁଲିବାକୁ ମନ ମୋ ଚାହିଁଛି
ବେଶୀ ବେଶୀ ଭଲପାଏ
ତୁମ ବିରହଟା ଏମିତି ଜାଳୁଛି
ଜଳିବି ମରିବା ଯାଏ।

ଭଲ ପାଇବାର ଏ ମିଠା ଦରଦ
ମନରୁ ହୃଦୟ ଛୁଏଁ
ତୁମ ପ୍ରେମ ମତେ କାହିଁକି କେଜାଣି
ଆପଣାର କରିନିଏ।

ଯେତେଥର ମୋର ମନକୁ ଆକଟ
କରିଛି ଆପଣା ଛାଏଁ
କେମିତି ହୃଦୟ ବାରମ୍ବାର କହେ
ତୁମକୁ ମୁଁ ଭଲପାଏ।

ଭଲ ପାଇବାର ଶେଷ ପରିଣତି
ବିରହରେ ଶେଷ ହୁଏ
ଅବାଧ୍ୟ ମନ ମୋ ହୃଦୟ ଖାତାରେ
କିଛି ଲେଖି ଦେଇ ଯାଏ।।

Writer's Details: ମହାସ୍ମୀତା ଓଝା ,ଜଗତସିଂହପୁର, କଟକ
Content Category:
Submission Date: Apr 22, 2019