OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କେବଳ ତୁମେ - ସନ୍ତୋଷ କୁମାର ମହାନ୍ତି

କେବଳ ତୁମେ - ସନ୍ତୋଷ କୁମାର ମହାନ୍ତି

ମୋ ଅନେକ ଭାବନା ର ଅନ୍ତ ତୁମେ ,
ମୋ ଅନେକ ଯାତନା ର ସୁଖ ତୁମେ,
ମୋ ଅନେକ ଦୁଃଖ ପରେ ହସ ତୁମେ,
ମୋ ହସ ରେ ଲୁହ ରେ ତୁମେ ତୁମେ ।।

ମୋ ସନ୍ଦେହ ର ମୋଚନ ତୁମେ,
ମୋ ବିରହ ର ଔଷଧ ତୁମେ,
ମୋ ବୈରାଗ୍ୟ ର ପୁଣ୍ୟ ତୁମେ,
ମୋ ଜୀବନ ରେ ମୃତ୍ୟୁ ରେ ତୁମେ ତୁମେ ।।

ମୋ ହୃଦୟ ର ନିଶ୍ୱାସ ତୁମେ,
ମୋ ସଂକଳ୍ପ ର ବିଶ୍ୱାସ ତୁମେ,
ମୋ ସ୍ୱାଭିମାନ ର ମାନ ତୁମେ ,
ମୋ ସାଥିରେ ପ୍ରୀତି ରେ ତୁମେ ତୁମେ ।।

ମୋ ପ୍ରଳାପ ର ସଂଳାପ ତୁମେ,
ମୋ କାବ୍ୟ ର ପଦ ତୁମେ ,
ମୋ କାହାଣୀର ସଂକଳନ ତୁମେ,
ମୋ ଗାଥା ରେ କଥାରେ ତୁମେ ତୁମେ ।।

Writer's Details: ସନ୍ତୋଷ କୁମାର ମହାନ୍ତି ,ଗୁଣପୁର, ରାୟଗଡା
Content Category:
Submission Date: Apr 30, 2019

0 Comments