କଣ କଲୁ ସାଥୀ - ସସ୍ମିତା ସାହୁ

କଣ କଲୁ ସାଥୀ - ସସ୍ମିତା ସାହୁ


ଫୁଲରେ ଶେଯରେ ରଖିବୁ କହି ତୁ 
କଣ୍ଟାକୁ ଫୋପାଡ଼ି ଦେଲୁ,
ଭଲ ପାଇବାରେ ଛଳନା କରି ତୁ
ହୃଦୟ ମୋ ଚିରି ଦେଲୁ II
ତୁ କ'ଣ କଲୁ ସାଥି କ'ଣ କଲୁ...
ବିଶ୍ୱାସରେ ବିଷ ମିଶେଇ ଦେଲୁ ...
ଦେଖି ଥିଲି କେତେ ସୁନେଲି ସପନ
ତୋତେ ପୁଣି ମୁଁ ଯେ ନେଇ,
ସପନ ମୋହର ପାଉଁଶ ହୋଇଲା
ଉଡି ଗଲା ଧୂଆଁ ହୋଇ II
ତୁ କ'ଣ କଲୁ ସାଥି କ'ଣ କଲୁ...
ମଝି ଦରିଆରେ ଭସେଇ ଦେଲୁ ...
ମନକୁ ମୋହର ବିକି ଦେଇଥିଲି
ତୋରି ପାଖରେ ମୁହିଁ ,
ସେହି ମନ ସହ ଖେଳ ଖେଳି ଦେଲୁ
ମୋତେ ତୁ ବୁଝିଲୁ ନାହିଁ II
ତୁ କ'ଣ କଲୁ ସାଥି କ'ଣ କଲୁ...
ନିଶ୍ୱାସକୁ ମୋର ଛଡେଇ ନେଲୁ..
ସସ୍ମିତା ସାହୁ, ନାଶିକ, ମହାରାଷ୍ଟ୍ର

0 Comments