ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

କବିତା - ହାସ୍ୟମୟୀ ରାଜ୍

କବିତା - ହାସ୍ୟମୟୀ ରାଜ୍

କେବେ ହସେ
ଖିଲି ଖିଲି
ଝରଣାର ପ୍ରଗଳ୍ଭତା ନେଇ,
କେବେ ପୁଣି
ଲୁହ ହୋଇ ବହିଯାଏ
ହୃଦୟର ଆକୁଳ ଆବେଗ ହୋଇ ।
କେତେ ରୂପ କେତେ ରଙ୍ଗ
ଅନନ୍ୟ ସେ ଅନୁପମ।
କେବେ ଦିଏ
ନିଶବ୍ଦ ଜାତନା
ହୃଦୟରେ ସୃଷ୍ଟିକରି
ଅନେକ ଶୂନ୍ୟସ୍ଥାନ।
ଚଗଲି ଝିଅଟି ପରି
କେବେ ଝୁଲିପଡେ ଗଳାରେ
ଆଖିକୁ ଲୁଚାଏ ।
କହୁଥାଏ ଦେଖିଲ !
ଧରିପାରିବକି ମତେ ?
ରୂପ ଦେଇ ପାରିବକି
ରଙ୍ଗ ଓ ତୂଳୀରେ ??
କେବେ ପୁଣି
ଖେଳେ ଲୁଚକାଳି
ରହିଯାଏ ଦୃଷ୍ଟି ଉହାଡରେ ।
ହଠାତ୍ କେବେ କେବେ
ମନର ଝର୍କାରେ
ଦଲକାଏ ପବନ ପରି
ପଶିଆସେ ନିରୋଳାକୁ ଭେଦକରି ।
ଖୁବ୍ ଚମତ୍କାର !
ତା'ସହ ଖେଳିବାର ମଜା,
ହୃଦୟର ବେଳାଭୂମି
ଆଉ ଭାବନାର
ଦିଗ୍ ବଳୟ ତଳେ ।

                  ହାସ୍ୟମୟୀ ରାଜ୍
               ଓରାଳି, ହାଟଡିହି, କେନ୍ଦୁଝର

0 Comments