ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଜଗତଜିତା - କୌଶିକ କୁମାର ହୋତା

ଜଗତଜିତା - କୌଶିକ କୁମାର ହୋତା



ପାଠ ପଢିବା, 
ପାଠ ପଢି ଆମେ
ଦେଶ ଗଢିବା,
ବିଦ୍ୟାଳୟେ ଯାଇ ପଢିବା ପଢିବା ପାଠ,
ସଭିଏଁ କହିବେ ଉତ୍ତମ ଚାଟ ll

ପାଠ ପଢିବା,
ମାଆକୁ ସମ୍ମାନ
ଆମେରେ ଦେବା,
ମାଆ ମାତୃଭୂମି ସରଗୁଁ ବଡ଼,
ସଇନିକ ସାଜି ଜିଣିବା ଗଡ଼ ll

ପାଠ ପଢିବା,
ଦେଶ ରକ୍ଷା ଲାଗି
ଶପଥ ନେବା,
ଦୁଃଖୀ, ରଙ୍କିଙ୍କର ସେବା କରିବା,
ପରହିତେ ସଦା ଜୀବନ ଦେବା ll

ପାଠ ପଢିବା,
ପର ଦରବକୁ
ଦୂରେ ତେଜିବା,
ଜାତିଆଣ ଭାବ ଦୂରେଇ ଦେବା,
ଅଖଣ୍ଡ ଭାରତ ଆମେ ଗଢିବା ll

ପାଠ ପଢିବା,
ଆମ ସରକାର
ଆମେ ଗଢିବା,
ଦେଶ ବିଦେଶରେ ନାଆଁ କରିବା,
ଆମ ଗାଆଁ ନାମ ଉ6ଚ୍ଚ ରଖିବା ll

ପାଠ ପଢିବା,
ସେବା ମନୋଭାବ
ମନେ ହେଜିବା,
ମାଆ ଟେରେସାଙ୍କ ସେବା ମମତା,
ଆପଣେଇ ହେବା ଜଗତଜିତା ll

Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ, କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର,
ମୟୁରଭଞ୍ଜ, ଦୂରଭାଷ :-9438745662
Content Category:
Submission Date: Apr 25, 2019

0 Comments