OUR READERS STATUS AROUND THE GLOBE : INDIA-369114 CANADA-450 CHINA-889 FRANCE-2506 GERMANY- 2255 QATAR - 61 SINGAPORE - 1114 UNITED STATES - 15666 UNITED KINGDOM - 602 UNITED ARAB EMIRATES - 934 UKRAINE-47 UNKNOWN REGIONS-5943 (As On 31st May 2019)

ହିନ୍ଦୁ ନବବର୍ଷ - ନାରାୟଣ ଚନ୍ଦ୍ର ସେନାପତି

ହିନ୍ଦୁ ନବବର୍ଷ - ନାରାୟଣ ଚନ୍ଦ୍ର ସେନାପତି

ପୁଣ୍ୟାତ୍ମା ସେ ହିନ୍ଦୁ
ଯେ ହୀନତ୍ୱକୁ କରେ ଘୃଣା
ଧର୍ମାତ୍ମା ସେ ହିନ୍ଦୁସ୍ତାନୀ ଦାୟାଦ
ଯାର ଶିଷ୍ଟ ମିଷ୍ଟ ଭାଷା ସିନ୍ଧୁ ସମ ପବିତ୍ର
ସେ ହିନ୍ଦୁ.... 
ପ୍ରେମର ଦୀପାଳି ଜାଳି
ମମତାର ବାସ ଚନ୍ଦନ ଦେଇ
ଐକ୍ୟର  ପ୍ରୀତିପୁଷ୍ପ ଅର୍ପଣ ପୂର୍ବକ
ସରାଗରେ ପାଳୁଛି
ସୃଷ୍ଟିର ଆରମ୍ଭ ଦିବସ..
ହିନ୍ଦୁ ନବବର୍ଷ ।।
ହିମାଳୟଠାରୁ କୁମାରିକାଯାଏ ଆନନ୍ଦର ଅପରୂପ ଜୁଆର
ଅପୂର୍ବ ଏ ମହନୀୟା ତିଥି
ମନ୍ଦ ମନ୍ଦ ବସନ୍ତରେ ଝଲସୁଛି ସୁକୁମାରୀ ତନୁ
ବିଚିତ୍ରା, ବିସ୍ମୟା, ବିବିଧା ସାମ୍ରାଜ୍ଞି ସେ
ଆମ ଚୈତ୍ର ଶୁକ୍ଳ ପ୍ରତିପଦା ।।
ଧନ୍ୟ ସେ ଭାରତମାତା
ଏ ଦିନରେ ଜନ୍ମଦେଲା ହସି ହସି
ଝୁଲେଲାଲ୍, ଦେଶପ୍ରେମୀ ଅଙ୍ଗଦେବ
ଆଉ କୌତୁହଳର ମିଠାଛୁଆଁରେ
କୋଳେଇଲା 
ରାଷ୍ଟ୍ରପ୍ରାଣ ସ୍ୱୟଂସେବକ ଶ୍ରୀ କେଶବ ।।
ଆକାଂକ୍ଷାର ଅଭିସାରୀ ମୂଲକରେ
ପ୍ରତିଷ୍ଠାହେଲା ଆର୍ଯ୍ୟସମାଜ
ସୃଷ୍ଟିକର୍ତ୍ତା ବ୍ରହ୍ମା ମହାନନ୍ଦରେ କଲେ
କାଳ ଗଣନା ଆରମ୍ଭ
ପୁରୁଷୋତ୍ତମ ଓ ଧର୍ମରାଜଙ୍କ ରାଜୋଭିଷେକ
ହସିଉଠିଲା ଆର୍ୟଭୂମି,
ସପ୍ତଶତୀଙ୍କ ଭକ୍ତିରେ
ନାଚିଉଠିଲା ଫାଟିଉଠିଲା ଧରିତ୍ରୀ ମା'
ଲକ୍ଷ୍ମୀମା'ଙ୍କ ପରି ମା'ଙ୍କ ବାତ୍ସଲ୍ୟରେ
ଝଲସି ଉଠିଲା ପୂଣ୍ୟ ତୀର୍ଥ ଅଯୋଦ୍ଧା, ମଥୁରା, କାଞ୍ଚି
ଛମ୍ ଛମ୍ କଲା ଗଙ୍ଗା ଯମୁନାର ସଲିଳ
ଅସୀମ ପୁଲକରେ।।
ଯାହାର ମାଟି, ପାଣି, ପବନ ପବିତ୍ର
ସ୍ୱର୍ଣ୍ଣ ସୁଶୋଭିତ ଯାର ଶସ୍ୟକ୍ଷେତ୍ର
ଜୀବନ ତା ଶୌର୍ଯ୍ୟ ଆର୍ଯ୍ୟାବର୍ତ୍ତ
ସେହି ହିନ୍ଦୁସ୍ଥାନୀ ...
ସ୍ୱାଭିମାନ ଆଶାରେ ପାଳୁଛି   ଭାରତୀୟ ନବବର୍ଷ।
ବାଜିଆ, ଉଦ୍ଦାମ ତାର ଚିରସ୍ମରଣ
ବାପୁଜୀ, ସ୍ୱାମିଜୀଙ୍କ ଆଦର୍ଶ ତା ହୃତ ସ୍ପନ୍ଦନ
ଏ ପିଢିରେ ପ୍ରାଣ ସଞ୍ଚରିବାକୁ
ଏ ମାଟି ବି କରେ ଆହ୍ୱାନ..
ହେ ବୀର, ବୀରାଙ୍ଗନା...
ହିମାଳୟ ପରି ଶୀର କର ଉଚ୍ଚ ଉନ୍ନତ
ସାଗର ସମ ଫୁଲାଅ ବିଶାଳ ହୃଦୟ
ପୁତା ଗୀତା ପାଠ କର ମନ୍ତ୍ର
ବେଦ ଓଁକାର କର ତନ୍ତ୍ର
ପ୍ରେମ ପ୍ରୀତିର ସମ୍ଭାରେ
ଗୁରୁ ପିତା ମାତା ଆମ ଇଷ୍ଟ
ଶାନ୍ତି ଓ ସଂସ୍କାରରେ ଶ୍ରେଷ୍ଠତ୍ୱ ଆମର ଲକ୍ଷ୍ୟ
ନାରା ଆମ ବନ୍ଦେ ମାତରଂ...
ସଗୌରବେ ବକ୍ଷ ଫୁଲାଇ କୁହ 
ଜୟ ତୁଭାରତ ମାତା 
ଭାରତ ମାତା କୀ ଜୟ ।।

     ⛳ *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା,କେନ୍ଦୁଝର*⛳

0 Comments