ଘେନ ନିସ୍ଵ ନିବେଦନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଘେନ ନିସ୍ଵ ନିବେଦନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଧନ୍ୟ ଧନ୍ୟ ପରଂବ୍ରହ୍ମ   ତୁମରି ସୃଜନ
ଜଳ,ସ୍ଥଳ,ବାୟୁ,ମେଘ   ପାତାଳ,ଗ୍ରୀବାଣ
ସବୁରେ ତୁମରି ହାତ
ଅନାଦି କାରଣ , ଧନ୍ୟ ଧନ୍ୟ…।।
ସୂରୁଜ, ଚନ୍ଦ୍ରମା ନଭେ  କୋଟି କୋଟି ତାରା
ଖଞ୍ଜିଦେଲ କି ରୁଚିରେ  ବରଷାର ଧାରା
ତୁମ ଅମୀୟ ରଚନା 
ଅଟେ ଅବର୍ଣ୍ଣନ , ଧନ୍ୟ ଧନ୍ୟ…।।
ପତଙ୍ଗେ ଦେଇଛ ମଧୂ  ସଞ୍ଚିବାର ମନ୍ତ୍ର
ଫଳ,ଫୁଲ,ତରୁ,ଲତା   ବନ,ଗିରି ସ୍ଥିତ
କଲ, ଅଦ୍ଭୁତ ରଚନା 
ମଣିଷ ଜୀବନ , ଧନ୍ୟ ଧନ୍ୟ…।।
ଟିକି ପ୍ରଜାପତି ଦେହେ  ଟୋପି ଟୋପି ଚିତା
ବୁଢିଆଣୀ ପେଟତଳେ   ଦେଲ ସରୁସୁତା
ନୁହେଁ କି ଅଚିନ୍ତ୍ୟ ପ୍ରଭୁ
ତୁମରି ଚିନ୍ତନ , ଧନ୍ୟ ଧନ୍ୟ…।।
ମୃଣାଳ ରଙ୍ଗ ଗଉର   ରଙ୍ଗ ଦାମୋଦର
ଅନନ୍ୟ ଏ ସରଜନା  ଦେବେ ଅଗୋଚର
ହେ ପ୍ରଫୁଲ୍ଲ ପ୍ରାଣ ପ୍ରୀୟ (ଘେନ)
ନିସ୍ଵ ନିବେଦନ , ଧନ୍ୟ ଧନ୍ୟ…।।      

0 Comments