ସେଇ ମୋର ଛୋଟ ଗାଁ - ତପନ ଦୀକ୍ଷିତ (ବେଳା ଭୂମି)

ସେଇ ମୋର ଛୋଟ ଗାଁ - ତପନ ଦୀକ୍ଷିତ (ବେଳା ଭୂମି)



ପାହିଗଲେ ରାତି ଡାକ ଦିଏ ଯହିଁ 
ସ୍ନେହମୟୀ ମୋର ମା'
ବାପାରେ ଧନରେ ସହଳ ସହଳ
ଶେଯରୁ ତୁ ଉଠିଯା,
କିଆରି କିଆରି ଧାନ ସୋରିଷର
ସୁନାରଙ୍ଗ ଯହିଁ ହସେ
ଯେଉଁଠି ପବନ ଭକତିରେ ଗୋଳା
ତୁଳସୀ ତୁଳସୀ ବାସେ,
ଯହିଁ..
ପଠା କାଶତଣ୍ଡୀ କଣେଇ ଚାହିଁଲେ
ଗଭାରୁ ଗଜରା ଖସେ
ଶ୍ରାବଣକୁ ଛୁଏଁ ଚୋରା ଚଇତାଳି
ପଳାଶ ଚହଟି ବାସେ,
ସକାଳ ସୁରଜ ମୁରୁଜ ବୁଣଇ
ପବନେ ମହୁଲି ଛୁଆଁ
ଯେଉଁଠି ସଞ୍ଜେ ନୀଳକଇଁ ନିତି
ଜହ୍ନକୁ ଡାକେ ଆ....,
ଭୁଗୋଳ ପୋଥିରେ ନାଁ ନାହିଁ ଯାର
ସେଇ ମୋର ଛୋଟ ଗାଁ ……।।
ତପନ ଦୀକ୍ଷିତ(ବେଳା ଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ

Writer's Details: ତପନ ଦୀକ୍ଷିତ (ବେଳା ଭୂମି) ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

0 Comments