OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ବ୍ୟସ୍ତ - ବଳରାମ ତରାଇ

ବ୍ୟସ୍ତ - ବଳରାମ ତରାଇ

ତୁମ ବ୍ୟସ୍ତତାକୁ ମୁଁ ସମ୍ମାନ ଜଣାଇ
ମୁଁ ବି ନିଜକୁ ବୁଝେଇ ଦେଇଛି
ତୁମେ ଆଉ ତୁମେ ହେଇ ନାହଁ ତୁମ ବଦଳି ଯାଇଛି
ତୁ ମ ଚାଲି ଚଳନ ତମ କଥା ବାତାବରଣ
ସବୁ ବଦଳି ଯାଇଛି ବୋଲି
ତମେ ଆଜିକାଲି ବ୍ୟସ୍ତ ବିଜି ରହୁଛ
ତୁମକୁ ନେଇ ଅନେକ ଖାମଖିଆଲି
ଚିନ୍ତାଧାରା ଏ ମନ କୁ ଉଖୁରେଇ ଦିଏ
ତୁମେ ବଦଳି ଯାଇଛ ତୁମେ ଭୁଲି ଯାଇଛ
ତୁମେ ମିଛ କହୁଛ ତୁମେ ଅଭିନୟ କରୁଛ
ତୁମେ ବାହାନା କରୁଛ ଏମିତି କେତେ କଣ ଘଟିଛି
ତାହା ମୁଁ ନକହିବା ଭଲ
ସବୁ ଚିନ୍ତାଧାରା କୁ ଅଭିମାନର ମଶାଣି
ଭୁଇଁରେ କବର ଦେଇ
ମୁଁ ବି ଚେଷ୍ଟା କରିବି ତମ ପରି ମୁଁ ବି ବିଜି ରହିବି,
ତୁମ ପରି ବଞ୍ଚିବାକୁ ଏକ ବ୍ୟସ୍ତତାର ଜୀବନ
ମୁଁ ଆଉଥରେ ସଭିଙ୍କ ମନରେ ଖୁସି ଦେବି
ଏ ମଣିଷ ଜୀବନ କଣ ପାଣି ଫଠକା ପରି
ରାଗ ଅହଙ୍କାରୀ ହେଇ କଣପାଇବି
ମୋ ତମକୁ ତ ପାଇବିନି

Writer's Details: Balaram tarai
Khurdha 9937014646
Content Category:
Submission Date: Apr 19, 2019

0 Comments