"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ମୁଣ୍ଡିଆ ମିଡିଆ - ସଲିଳ କୁମାର ସ୍ଵାଇଁ

ମୁଣ୍ଡିଆ ମିଡିଆ - ସଲିଳ କୁମାର ସ୍ଵାଇଁ

# # #  # # #
/////////////////////////////////

ସମୟ ଖେଳୁଛି ଚକାଭଉଁରୀ ଲୋ
   ଜଗତସିଂହପୁର'ରେ
ସର୍ବସାଧାରଣ   ଖିରି     ଖାଉଛନ୍ତି
   ଅଲରାନାଥ ପୀଠରେ ।
କଳିଙ୍ଗ ଟିଭିଟା      କରଇ ପ୍ରଚାର
   କନ୍ଧମାଳ   ହଳଦୀର
କନକ  ସମ୍ବାଦ    ଖଣ୍ଡପଡା ଗଡେ
   ଏକୁ ଆର ବଳିଆର ।
କେନ୍ଦରାପଡାରେ କେନ୍ଦରା ବଜାଇ
   ଓଟିଭି କରଇ ବାଇ
ଯାଜପୁରେ ଥାଇ    ଏମବିସି  ଟିଭି
   ନାଚେ ଥେଇଥେଇ ଥେଇ ।
ନିଉଜ ଓ୍ଵାର୍ଲଡ  ବାଲେଶ୍ବରେ ଠାରୁ
   କରେ ସିଧା  ପ୍ରସାରଣ
କଟକ  ନଗର       ଧବଳ  ଟଗର
   ପରଜାତନ୍ତ୍ର ମଣ୍ଡନ ।
ବାଲିକୁଦା   ଏରସମାରୁ   ସଂଚାର
  ସଂଚରେ ବିଜୟ ଗୀତି
ଅବସର  ନେଲା    ଧରିତ୍ରୀ ଏସନ
   ବୟସଟା ମାପକାଠି ।

        ସଲିଳ କୁମାର ସ୍ଵାଇଁ, ଶିକ୍ଷକ
       ସୁନ୍ଦରପୁର ପ୍ରଉପ୍ରା ବିଦ୍ୟାଳୟ

0 Comments