ବିସ୍ମୟ ଦେବତା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବିସ୍ମୟ ଦେବତା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ମନ ମନ୍ଦିରେ ତୁମେ ପ୍ରାଣରୂପି ଦେବତା
          ପବନ ରୁପେ ନିର୍ଲିପ୍ତ ପ୍ରଭୁ ବ୍ରହ୍ମବେତା 
ମାଟିଘଟ ଶରୀର ଏ ପାଇ ତବ ସତ୍ତା
          ଚଳ-ଚଞ୍ଚଳ କ୍ଷତି ରେ ବିସ୍ମୟ ବ୍ୟବସ୍ଥା
ତହୁଁ ବଳି ବିସ୍ମୟ ତ ତୁମେ ବ୍ରହ୍ମାଣ୍ଡ କରତା   ।।
ଅପରୂପ ଚିତ୍ର ଚିତ୍ରେ କରିଛ କରିସ୍ମା
          ତ୍ରୀଲୋକେ ନାଗ,ଗନ୍ଧର୍ବ,ଅଭିନବ ମାୟା
ପ୍ରାଣ,ପବନ,ପୃଥିବୀ ଜୀବନ୍ତ ଦେବତା
          ରୂପେ ବିଚରଣ କରି ହୋଇଯାଅ ସାହା 
ତୁମେ ବିସ୍ମୟ ର ବିସ୍ମୟ, ହେ ସର୍ବପ୍ରାଣ ଭର୍ତ୍ତା   ।।
ଭୂଧରମାଳା ସୁରମ୍ୟ ରମ୍ୟେ ସୁସଜ୍ଜିତା
    ବିଚିତ୍ର ଚିତ୍ରେ ଚିତ୍ରିତ ଅଚିନ୍ତ୍ୟ ସେ ଚିନ୍ତା
ସାଗର,ସରିତ,ଗିରି,ବୃକ୍ଷ,ବନ,ଲତା
   ସଜେ ସାଇତି ରଖିଛ ହେ ଭାଗ୍ୟ ବିଧାତା
ଆହା କି ଅଦ୍ଭୁତ ମୟ ତବ ଏ ଅଦ୍ଭୂତ ଚିନ୍ତା   ।।
ହେ ମଙ୍ଗଳମୟ ମମ ଜ୍ଞାନ ଦିବ୍ୟ ଦ୍ରଷ୍ଟା
      କାଳର କବଳେ କ୍ଷୟ ହୁଅଇ ଅନନ୍ତା
ସ୍ଵର୍ଥ ଦାନବ ସଂହାର କର ବଳବନ୍ତା
    ଆକୁଳେ ଡାକେ ବଞ୍ଚାଇ ଦିଅଁ ବସୁମାତା
ଅକାଳେରେ ପଡିଅଛି ଆଜି ଏ ଧରିତ୍ରୀ ମାତା  ।।
ଶତ୍ରୁ ଗର୍ଜେ ସୀମାନ୍ତ ରେ ମାଓ ରଚେ ହିଂସା
     ଗୃହଶତୃ ଜାଳେ ବସି ସୁଖ, ଶାନ୍ତି ଚତା
ଦୁଃଷ୍କର୍ମ,ଦୁଃର୍ନୀତି, ଅହଂକାର,ମାୟା, ମିଥ୍ୟା
      କଳୁଷିତ ହୁଏ ଉର୍ବୀ କହ କାହିଁ ରକ୍ଷା
ପାରିକର ଏ ସଂକଟରୁ ହେ ବିସ୍ମୟ କରତା  ।। 

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

0 Comments