ହଁ ସତରେ ସେ ରାତି ବିରଳ ଥିଲା
ଯୋଉ ରାତିକୁ ସବୁ କୁଆଁରୀ ମାନେ ଅପେକ୍ଷା କରିଥାନ୍ତି
ଆଉ ତୁମେବି ଅପେକ୍ଷା କରିଥିଲ ।

ତାଳୁଠୁ ତଳିପା
ଥରି ଉଠୁଥିବ ନିଶ୍ଚୟ
କ୍ୟାଲେଣ୍ଡରରେ ମାସ ବଦଳିଲା ପରି
କେହି ଜଣେ ବଦଳେଇଥିବ ତୁମ କୁମାରୀତ୍ବର ପୃଷ୍ଠାକୁ ।

ସେଇ ଅନ୍ଧାର କୋଠରୀ ଭିତରେ
କାହାର ଦୀର୍ଘ ନିଶ୍ୱାସରେ
ତୁମେ ଅନୁଭବ କରିଥିବ
ମଧୁର ଯନ୍ତ୍ରଣା ।

କୁରୁଳି ଉଠିଥିବ
ଏକ ଅପୂର୍ବ ଆନନ୍ଦରେ
ଦେହ ମନ ଅଦଳ ବଦଳ ପରେ
ଚାଲିଥିବ କିଛି ମିଠା ବାର୍ତ୍ତାଳାପ ।

ତୁମେ ଭୁଲିଯାଇଥିବ ସବୁକିଛି
ଯେତେ ଯେତେ ପଛକଥା
ମୋତେ ଦେଇଥିବା ପ୍ରତିଶ୍ରୁତି
ମୋ ସହିତ ବିତେଇଥିବା କିଛି ମୂହୁର୍ତ୍ତ୍ୱ
ତା ସହିତ ଭୁଲିଯାଇଥିବ
ସଜାଡି ନେବାକୁ ତୁମ ଅଙ୍ଗବାସ ।

ଆଉ ମୁଁ
ଜଳୁଥିବି ଜହ୍ନ ରାତିରେ
ଫିକା ଦିଶୁଥିବି ଫଗୁଣରେ
ତୃଷାର୍ତ୍ତ ରେ
ଛଟପଟ ହେଉଥିବି ଶ୍ରାବଣରେ ।

ସେଇ ରାତି ପରଠୁ
ତୁମେ ବହୁତ ଖୁସିରେ ଥିବ
ଶଙ୍ଖା ଆଉ ସିନ୍ଦୂର ସାଥିରେ
ମୁଁ କିନ୍ତୁ ସବୁ ଜାଣି ଅଜଣା ହୋଇ ଖୋଜୁଥିବି ତୁମକୁ ପ୍ରତି ମୂହୁର୍ତ୍ତ୍ୱ ରେ
ପ୍ରତି ମୂହୁର୍ତ୍ତ୍ୱ ରେ ।


Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Apr 23, 2019