ବିଧାତା ବିଧାନ ନୁହଇ ଆନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବିଧାତା ବିଧାନ ନୁହଇ ଆନ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବିଧାତା ଗଢିଛି ସଂସାର ଏକେ ଅନ୍ୟେ ଅଭିନ୍ନ
ଗୁରୁ,ଲଘୁ ପୁଣି ତରଳ ସର୍ବେ ନୁହେଁ ସମାନ  ।।
ଛୋଟ,ବଡ଼,କରି ଧରାକୁ ସନ୍ତୁଳିତ ପ୍ରକାରେ
ସୃଜନ କରନ୍ତି ବିରଞ୍ଚି ପରା ଏହି ସଂସାରେ  ।।
ତହୁଁ ଆନ କାହିଁ ହୋଇବ କାକ ହେବ କୋଇଲୀ
ସର୍ବେ ପାଟରଣୀ ହୋଇଲେ କିଏ ହେବ ପୋଇଲୀ  ।।
ସର୍ବେ କାଳିଦାସ ହେବେ ଜୟଦେବ କହ କିପରି
ନିଜେ ନିଜପରି ତାଭିନ୍ନ କେହି ନୁହେଁ କା ସରି  ।।
ଏକ ମାଆ ଗର୍ଭୁ ଜନ୍ମିତ ପାଞ୍ଚ ସନ୍ତାନ ଏକ
ପ୍ରକାରେ ନୁହନ୍ତି ଅଲଗା ଚିତ୍ର ଏକୁଆରେକ ।।
କେବେ ବର୍ଷା କେବେ ନିଦାଘ କେବେ ଶୀତ,ବସନ୍ତ
ଭିନ୍ନ ଭିନ୍ନ ରୂପେ ପ୍ରକାଶେ ଏତ ବିଧାତା କୃତ  ।।
ବିଧାତା ଲିଖନ ଲଲାଟେ କର୍ମା-ନୁସାରେ ଫଳ
ଫଳବତୀ ହୁଏ ସଂସାରେ ହେଉ ସୁର ବା ନର  ।।
ଛୋଟ ଅହି ନୁହେଁ ସାମାନ୍ୟ ହେୟ ନମଣ କାରେ
ଦଇବ ସୃଜନ ବିଚିତ୍ର ଭିନ୍ନ ଭିନ୍ନ ପ୍ରକାରେ  ।।
ସ୍ଵାନ ଯିବେ ଗଙ୍ଗାସ୍ନାହାନ କରି ଅଇଣ୍ଠା ଖଲି
କିଏସେ ଖାଇବ ସ୍ଵାର୍ଥାନ୍ଧ ରଡି ବୋବାଳି କରି  ।।
ଉଚ୍ଚ,ନୀଚ ସଦା ରହିବ ଆନେ ଆନେ ତ ଭିନ୍ନ
ପ୍ରଫୁଲ୍ଲ ବିଧାତା ବିଧାନ କହେ ନୁହଇ ଆନ  ।।

0 Comments