ଭିନ୍ନ ଏକ କବିତା - ସଦାନନ୍ଦ ସାହୁ

ଭିନ୍ନ ଏକ କବିତା - ସଦାନନ୍ଦ ସାହୁ

କଵି ହୃଦୟରେ ଅସରନ୍ତି କୋହ
    ଲେଖନୀ ପରଶେ ଭାସେ ;;
  କବିର ପ୍ରେମିକା ସପନ ନାୟୀକା
    ଛଳନା ରେ ଖାଲି ହସେ !!!

କଵିସିନା ରଚେ ସରାଗରେ କେତେ
       ପ୍ରେମ କବିତାର ପଂକ୍ତି ;; 
ପ୍ରେମର ସ୍ୱୀକୃତି  କଵିକୁ ମିଳେନି
     ଆହାକି ବିଚିତ୍ର ନୀତି !!!!

 କବିର ପ୍ରେମିକା ସାଜେ  ମରୀଚିକା 
        ଶୁଷ୍କ  ମରୁବାଲି  କଣ୍ଟା ;
ତଥାପି ଏ'କଵି ପାରେ ନାହିଁ ଭୁଲି
      ଦୃଢମନେ ରଖେ  ଆସ୍ଥା !!!

ପ୍ରେମ କବିତାରେ ଦିନସରି ଯାଏ
       ପ୍ରିୟାକଥା   ଭାବିଭାବି ;;
ହୃଦୟର ରାଣୀ  ଯାଏ ଅପସରି 
      ଆଖିବୁଜି  ଦେଲେ କଵି  !!!

ରୂପ ବର୍ଣ୍ଣନାରେ  କବିତ' ଆଗରେ
        ଦୁନିଆଁ  ଜାଣିଛି  ସତ୍ୟ ;;
ପ୍ରେମ ଉପଭୋଗ କବିର ଦୁଃଭାଗ୍ୟ 
     କବି କୃତି ଗଢେ ନିତ୍ୟ  !!!!

ଜୀବନ ଦର୍ପଣେ  ପ୍ରେମ ସମର୍ପଣେ 
      କଵିର  ହୃଦୟ  ମନ  ;
ପ୍ରେମ ଚିରନ୍ତନ ସତ୍ୟ ଓ ସୁନ୍ଦର
     କବିର କଲମ  ଧନ୍ୟ  !!

ପ୍ରୀତି ଛନ୍ଦା ରାଣୀ କବିର ମାନିନୀ
       ପ୍ରେମ ସ୍ଵପ୍ନେ ଆସେ ଚାଲି  ;
 ପ୍ରେମ ପରଶରେ କଵି ଶେଯ ଭିଜେ 
       କଵିପାରେ   ନାହିଁଭୁଲି !!!

ସପନର କଥା କଵି  ମନେଆଶା
       ଥାଏ କିଛି   ବାସ୍ତବତା ;;
ସେଥି ପାଇଁ କଵି ଝୁରି ହୁଏ ବେଶି
       ଆହାକି ଏ' ସରଳତା !!!!

 ପ୍ରେମର ପ୍ରେମିକା ଦିଅନାହିଁ ଧୋକା
       କଵି ତୁମ ସ୍ୱପ୍ନ ସାଥୀ ;;
ପ୍ରେମ ଫଗୁଖେଳ  କରନାହିଁ ଗୋଳ
       ସାର୍ଥକ ହୋଇବ ପ୍ରୀତି !!!

ଦୁନିଆଁରେ ବୋଧେ କଵି ପ୍ରେମକରେ
     ପ୍ରକୃତ ପ୍ରେମିକ ସାଜି ;;
କଵି ପ୍ରେମେ ଥାଏ ଅସରନ୍ତି  ସ୍ନେହଁ 
   କିଏବା ନ'ହେବ ରାଜି !!!

ସଦାନନ୍ଦ ସାହୁ, କାରା କର୍ମଚାରୀ 
ଚୌଦ୍ଵାର, କଟକ

0 Comments