ବେଦନାର ଅନ୍ତଃସ୍ୱର - ତପନ ଦୀକ୍ଷିତ (ବେଳାଭୂମି)

ବେଦନାର ଅନ୍ତଃସ୍ୱର - ତପନ ଦୀକ୍ଷିତ (ବେଳାଭୂମି)



ଚାହାଁଣୀରେ ଯେବେ ଦେହ ଜଳିଗଲା 
ରୂପସୀର ମଶାଣିରେ
କୁଆଁରା ସପନ ଭିଜି ଯାଉଥିଲା
ଆଖିଲୁହ ବରଷାରେ,
ବାଡ଼ୁଅ ରାତିଟା ଅଭିସାରେ ଥିଲା
ବାସନାର ଦେହେ ନିଆଁ
ବଧିରା ହୃଦୟ ଅହିଆ ଭିତରୁ
ଉଠୁଥିଲା କଳା ଧୂଆଁ,
ବେଦନାର କଳା ଚାଦରକୁ ଢାଙ୍କି
ରାତି ଯେବେ ଆସୁଥିଲା
ହୃଦୟ ହୀନା ର ନଜର ନିଆଁରେ
ସମାଧି ଟା ଜଳୁଥିଲା,
ଚାରିପଟେ ଥିଲା ଧୂଆଁ ଆଉ ଧୂଆଁ
ବେଦନାର ଅନ୍ତଃସ୍ୱର
ଦୂରେ ଥିଲା କେଉଁ ଆତ୍ମାର ଆହଟ
କକ୍ଷଚ୍ୟୁତ ପ୍ରେମିକର।।

(ଆହଟ -ହିନ୍ଦୀ ) ପାଦ ଶବ୍ଦ ,
आहट :(स्त्रीलिंग) किसी के आने-जाने, बात करने, हिलने-डुलने से उत्पन्न हुई मंद ध्वनि, पदचाप।

Writer's Details: ତପନ ଦୀକ୍ଷିତ (ବେଳାଭୂମି), ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 17, 2019

0 Comments