ବସନ୍ତ ଫେରୁଛି - ବିଷ୍ଣୁ ପ୍ରସାଦ ମିଶ୍ର

ବସନ୍ତ ଫେରୁଛି - ବିଷ୍ଣୁ ପ୍ରସାଦ ମିଶ୍ର

ଚଇତି ଜହ୍ନଟା ଚକିତେ ଚାହିଁଛି
ଚଗଲା ବସନ୍ତ ପଥ,
ଫେରି ଯାଉଥାଏ ମଳୟ ସାଥିରେ 
(ଦେଖି)ବଇଶାଖି ଝଞ୍ଜା ଘାତ. ୦.

ଶୁଖିଲା ଶୁଖିଲା ଧରା ସାରା ସତେ
ପଥେ ପୂର୍ଣ୍ଣ ତାତି ଖରା,
କୋମଳ ପଲ୍ଲବ ସବୁଜ ସାଜିଛି
ପକ୍ୱ ଫଳେ ବୃକ୍ଷ ଭରା. ୧.

ଲତାକୁଞ୍ଜେ କେତେ କୋଳି ନାନାମତେ
ଚଇତି ଛୁଆଁରେ ପାଚେ, 
ବଇଁଚ, କେରନ୍ଦା, କଣ୍ଟେଇ, ଖଜୁରୀ
ଶଗଡ଼ବାଟୁଆ ଗଛେ. ୨. 

ଆମ୍ୱ, କରମଙ୍ଗା, ପଣସ, ବତାସ,
କରୁଣା, ଲେମ୍ୱୁ ର ଦିନ,
ଚଲଣା, ତେନ୍ତୁଳି ଛୋଟ କଣ୍ଟିଆଳି
ବେଲ, କମଳା ରେ ପୂର୍ଣ୍ଣ. ୩.

ନବ ପଲ୍ଲବରେ, କଳିକା ଓ ଫୁଲେ 
ତରାଟ, ମାଳତୀ ଶୋଭା,
ବଉଳ, ଚମ୍ପକ, ଅଶୋକ, ନିଆଳି, 
ହେନା, ମଲ୍ଲୀ, ମନଲୋଭା. ୪. 

ଟଗର, ମନ୍ଦାର, ଯୁଇ, କନିଅର, 
କିଆ, କେତକୀ, ମରୁଆ, 
ଲତିକା କୋଳରେ ଅପରାଜିତା ଟା
ଲାଗେ ଭାରି ମନଛୁଆଁ. ୫.

ଗଙ୍ଗଶିଉଳୀ ଟା ଦୁଃଖେ ଝଡ଼ି ଯାଏ
ବସନ୍ତ ଫେରିବା ଦେଖି,
କାଳ ବୈଶାଖୀର କୃରତା ଆଗରେ 
ଅଶାନ୍ତ ଚଇତି ସାଖି. ୬.

ତଥାପି ବସନ୍ତ ଫେରି ଚାହୁଁଥାଏ
ପଳାଶ ସରସ ରଙ୍ଗେ,
ବେଳେବେଳେ ହସି ପରଶ ଦିଅଇ 
ହଜିଲା ମଳୟ ସଙ୍ଗେ. ୭. 

ଫେରି ଯାଉଥାଏ ବସନ୍ତ ଟା ସିନା
ଝଞ୍ଜା ବୈଶାଖୀର ଡ଼ରେ,
ଚଇତି ଚାନ୍ଦଟା ପୂନେଇଁ ଆକାଶେ
ଲୁଚେ "ତାର" ବିରହରେ. ୮.

ବିଷ୍ଣୁ ପ୍ରସାଦ ମିଶ୍ର
ରଥଶର୍ମା କଲୋନୀ, କୋରାପୁଟ
9124049129

0 Comments