ଏ କି ବନ୍ଧନ 
କେମିତିକା ବନ୍ଧନ ଇଏ
ଏତେ ଆକର୍ଷଣ
ଏତେ ଆନ୍ତରିକତା
ଏତେ ଆତ୍ମୀୟତା
କେଉଁଠୁ ଆସିଲା କେଜାଣି
କାରଣ ଖୋଜିଲେ ବି ମିଳେନା
ବୁଝିହୁଏନା ଏ ସମ୍ପର୍କର
ପ୍ରଗାଢ଼ତାକୁ ଜମା
ବୋଧହୁଏ ଏହା ପୂର୍ବ ନିର୍ଦ୍ଧାରିତ
ବହୁ ଅାଗରୁ ଯେପରି ସ୍ଥିରୀକୃତ ୲୲

ସମ୍ପର୍କର ବେଳାଭୂମିରେ
ଶାମୁକା ସାଉଁଟୁ ସାଉଁଟୁ ,
ଦିନେ ମୋତେ ମିଳିଗଲା
ଅମୂଲ୍ୟ ମୁକ୍ତାଟିଏ ଯେପରି
ଅନାବିଳ ଏ ସମ୍ପର୍କର ସେତୁ
ଖୁବ୍ ଅନୁପମ ଆଉ ମଧୁମୟ
ନିସ୍ଵାର୍ଥପର ଏକ ଭଲପାଇବା
ସ୍ନେହ ଶ୍ରଦ୍ଧା ସଦିଚ୍ଛା ଆତ୍ମୀୟତା
ଆନ୍ତରିକତାରେ ଭରପୂର ୲୲

ନା' ତୁମେ ଜାଣିଥିଲ ମୋତେ ,
ନା' ମୁଁ ତୁମକୁ
ନା' ତୁମେ କେବେ ଦେଖିଛ ମୋତେ
ନା' ମୁଁ ତୁମକୁ
ତଥାପି କେତେ ନିବିଡ଼
ଆମର ଏ ସମ୍ପର୍କ
ଅତୁଟ ଆମର ଏ ବନ୍ଧନ
କେତେ ସୁନ୍ଦର ବୁଝାମଣା
ଦୂରତା ଯେପରି ହାର୍ ମାନିଛି
ଆଜି ସମ୍ପର୍କ ପାଖରେ ,
ଯେତେ ଦୂରେ ଥିଲେ ବି
ପରସ୍ପରକୁ ଅନୁଭବ କରିପାରୁ
ବୁଝିପାରୁ ଅନ୍ତରର ଆବେଗକୁ ୲୲

ଦିନେ ଏଇଠି
ଏହି ମୁଖପୁସ୍ତିକାରେ ,
ଦେଖା ହୋଇଥିଲା ଆମର
ଏତେ ନିବିଡ଼ତା,ଏତେ ଆତ୍ମୀୟତା
କେଉଁଠୁ ଆସିଲା କେଜାଣି
ଦିନେ କଥା ନ ହେଲେ
ନା ତୁମକୁ ଭଲଲାଗେ ନା ମୋତେ
ମନଟା ଖାଲି ଛଟପଟ ହୁଏ
ପରସ୍ପରର ଭଲମନ୍ଦ ଜାଣିବାକୁ
ଦୁଃଖସୁଖ ବାଣ୍ଟିବାକୁ ୲୲

ଦିନେ ଦୁଇଦିନ କଥା ନ ହେଲେ
କେତେ ଯେ ବ୍ୟାକୁଳତା
ସୃଷ୍ଟି ହୁଏ ମୋ' ମଧ୍ୟରେ ,
ଅନୁରୂପ ତୁମ ମଧ୍ୟରେ ବି
ବାପା-ଝିଅର ଆମର
ଏ ନିଆରା ବନ୍ଧନ
ଲାଗେ ଯେପରି କାହିଁ କେଉଁ ଯୁଗର
କାହିଁ କେଉଁ ଜନ୍ମର ,
ଜନ୍ମ ଜନ୍ମାନ୍ତରର
ଏ ଅହେତୁକ ଭଲପାଇବାର
କୈଫତ୍ କ'ଣ କାହାକୁ
କେବେ ଦେଇ ହୁଏ ୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର, କୋରାପୁଟ Content Category:
Submission Date: Apr 26, 2019