ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ବନ୍ଦେ ଉତ୍କଳ ଜନନୀ - ସଂଯୁକ୍ତା ରାଉତ

ବନ୍ଦେ ଉତ୍କଳ ଜନନୀ - ସଂଯୁକ୍ତା ରାଉତ

ଉତ୍କଳ ଗୌରବ ମଧୁବାବୁ ପୁଣି 
ପାରଳାର ଯୁବରାଜ
କେତେ ଜ୍ଞାନୀ ଗୁଣି ଜାତି ସ୍ଵାର୍ଥ ଲାଗି
କରିଥିଲେ ଯେଉଁ କାର୍ଯ୍ଯ ୲ ୲

କେତେ ଯେ ସଂଘର୍ଷ କେତେ ବଳିଦାନ
ଓଡ଼ିଆ ମାଟିର ବ୍ୟଥା
ଉତ୍କଳ ଦିବସ କହେ ଇତିହାସ
ଉତ୍କଳର ପୂର୍ବ ଗାଥା ୲ ୲

ମହାନ ଅଟଇ ଏ ଉତ୍କଳ ଭୂଇଁ
ପୂଣ୍ୟରେ ଚିର ଶୋଭିତ
ଚଣ୍ଡାଶୋକକୁ ବି ଧର୍ମାଶୋକେ ପୁଣି
କରିଥିଲା ପରିଣତ ୲ ୲

ଧନ୍ୟ ତା' ସ୍ଥାପତ୍ୟ ଧନ୍ୟ ତା' ଐତିହ୍ୟ
ବିଶ୍ଵେ ନାହିଁ ସମତୁଲ
ବାର ମାସେ ଏଠି ତେର ପର୍ବ ପଡ଼େ
ମହା ପ୍ରସାଦ ଅମୂଲ୍ୟ ୲ ୲

ଧନ୍ୟ ତା' ସଂସ୍କୃତି ଧନ୍ୟ ତା' ଭାସ୍କର୍ଯ୍ଯ
ଧନ୍ୟ ତା'ର ଚାରୁକଳା
ମନ୍ଦିର ମାଳିନୀ ଅଟେ ଏଇ ଭୂଇଁ
ଆଧ୍ୟାତ୍ମିକତାରେ ଭରା ୲ ୲

ପୁରୀ କୋଣାରକ ସାକ୍ଷୀ ଅଛି ତା'ର
ଅମର କିର୍ତ୍ତୀରାଜିର
ଭଗ୍ନ ଅବଲୁପ୍ତ ଶିଳା କହେ ଆଜି
ପୂର୍ବ ଗଉରବ ତା'ର ୲ ୲

ପବନ ଯାହାର କରେ ଜୟ ଗାନ
ମହୋଦଧି ପାଦ ଧୁଏ
କଳକଳ ନାଦେ ଯାହାର ବୁକୁରେ
ନଦନଦୀ ବହିଯାଏ ୲ ୲

ତା' ପୂଣ୍ୟ କୋଳରେ ଜନ୍ମଲଭି ଆମେ
ଧନ୍ୟ ହୋଇଛି ଜୀବନ
ସେବକ ତାହାର ଅଟୁ ଆମେ ସର୍ବେ
ସେବାରେ ଦେବା ପରାଣ ୲ ୲

ହୁଅ ଆଗୁସାର ହେ ଉତ୍କଳ ବୀର
ବୀରତ୍ଵେ ହୁଅ ମଣ୍ଡିତ
ଅମାରାତ୍ରୀ ହଟୁ ଉତ୍କଳ ଆକାଶୁ
ଶୁପ୍ତରୁ ହୁଅ ଜାଗ୍ରତ ୲ ୲

ଉତ୍କଳ ଆକାଶେ ଉନ୍ନତିର ସତେ
ଉଇଁ ଉଠୁ ନବ ରବି
ସର୍ବଶ୍ରେଷ୍ଠ ରାଜ୍ୟ ହେଉ ସେ ଭୂଖଣ୍ଡେ
ତୋଳି ଦିଅ ପୂର୍ବ ଛବି ୲ ୲

Writer's Details: ସଂଯୁକ୍ତା ରାଉତ
ଜୟପୁର, କୋରାପୁଟ Content Category:
Submission Date: Apr 26, 2019