ସୁମନରେ ଦେଇ ସୁମନ ଚରଣେ
ସ୍ମରଣ କରୁଛି ପ୍ରଭୁ
ସ୍ମିତ ହାସ୍ୟଦିଅ ସବୁରି ଅଧରେ
'କୁମନ' ମରଣ ଲଭୁ
ମଧୁମୟ ହେଉ ଆସନ୍ତା କାଲିର
ଦିବସର ଅନୁଚିନ୍ତା
ଏତିକି ଅଳି ମୋ ଶ୍ରୀଚରଣେ ତୁମ
ହେ ! ମୋର ବିଶ୍ୱ ନିୟନ୍ତା।।

Writer's Details: ତପନ ଦୀକ୍ଷିତ (ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ
Content Category:
Submission Date: Apr 18, 2019