ଆପଣେଇ ନେବି ସଦା ଭଲକୁ - କୌଶିକ କୁମାର ହୋତା

ଆପଣେଇ ନେବି ସଦା ଭଲକୁ - କୌଶିକ କୁମାର ହୋତା

ଟୋପି-ଟୋପି ଚିତା ଚନ୍ଦନ 
ଦେହେ ବୋଳିଲା କିଏ?
ପ୍ରଜାପତି ନାମ ତୋହର
ସତେ ଦେଲାରେ ସିଏ ll
ଫୁଲରୁ ଫୁଲକୁ ଉଡିତୁ
ସୁଖ ପାଉଛୁ କେତେ,
ସଭିଙ୍କର ମନ ମୋହୁଛୁ
ଖୁସି ଦେଉଛୁ ସତେ ll
ଭଳି-ଭଳି ରଙ୍ଗ ତୋହର
ଉଡ଼ୁ ଫୁଲରୁ ଫୁଲ,
ଆଉ କିଏ ଅବା ହୋଇବ
ସତେ ତୋହରି ତୁଲ?
ଛୋଟ ପିଲା ମୁଁ ପାରୁନି
ବୁଝି ତୋ ମନ କଥା,
କେମିତି ପରମ ସୁଖ ତୁ
ପାଉ କରୁଛି ଚିନ୍ତା ll
ଆ 'ମୋ ପାଖକୁ ଥରେ ତୁ
ତୋତେ ଧରିବା ପାଇଁ,
ବଳାଇଛି ମନ ମୋହର
ନେବି ହାତେ କୋଳେଇ ll
ଭଳି-ଭଳି ଚିଜ ତୋ ପାଇଁ
ସଜାଇଛି ଏ ଧରା,
ସବୁ ଚିଜ ତେଜି ଶୋଷୁଛୁ
ବାଛି ମହୁକୁ ପରା ll
ଶିଖାଇଦେ ମୋତେ ସେମିତି
ତେଜି ଖରାପ ଚିଜ,
ଜଗତେ ଆପଣା କରିବି
ସଦା ଭଲକୁ ନିଜ ll

Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
Content Category:
Submission Date: Apr 30, 2019

0 Comments