ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଆମପରି ଛୋଟ ପିଲାଟିଏ - କୌଶିକ କୁମାର ହୋତା

ଆମପରି ଛୋଟ ପିଲାଟିଏ - କୌଶିକ କୁମାର ହୋତା


ବହୁଦିନ ତଳର କଥା l ମଧ୍ୟପ୍ରଦେଶର ମହୁ ଗ୍ରାମରେ ଭୀମ ସକପାଳ ନାମରେ ଜଣେ ଛୋଟ ପିଲା ବାସ କରୁଥିଲା l ତାକୁ ଯେତେବେଳେ ମାତ୍ର ଛଅବର୍ଷ ବୟସ, ସେତେବେଳେ ସେ ନିଜର ବଡ଼ଭାଇଙ୍କ ସହିତ ପାଖ ଗାଆଁରେ ହେଉଥିବା ଏକ ମେଳା ଦେଖିବାକୁ ବାହାରିଲେ l ଦୁଇ ଭାଇ କିଛି ବାଟ ଗଲାପରେ ଦେଖିଲେ ଯେ କିଛି ଲୋକ ରାସ୍ତା କଡରେ ଛିଡା ହୋଇଛନ୍ତି l ଭୀମ ସେମାନଙ୍କୁ ପଚାରି ବୁଝିଲା ଯେ ସେମାନେ ବି ସେଇ ମେଳାକୁ ଯିବା ପାଇଁ ଅପେକ୍ଷା କରିଛନ୍ତି l ଏହି ସମୟରେ ଦୁଇଭାଇ ସେହି ଲୋକ ମାନଙ୍କ ଗହଳରେ ଛିଡା ହୋଇ ଲକ୍ଷ୍ୟ କଲେ ଯେ କିଛି ଦୂରରୁ ବଳଦ ଗାଡ଼ିଟିଏ ସେହି ବାଟ ଦେଇ ଆସୁଛି l ସମସ୍ତେ ନିଷ୍ପତ୍ତି ନେଲେ ଯେ ସେହି ବଳଦ ଗାଡ଼ିରେ ବସି ମେଳା ଦେଖିବାକୁ ଯିବେ l ସମସ୍ତେ ମନ ଆନନ୍ଦରେ ବଳଦ ଗାଡିକୁ ଚଢ଼ିଗଲେ l ପରସ୍ପର ମନ ଖୁସିରେ କଥାବାର୍ତ୍ତା ହେବାରେ ଲାଗିଲେ l କିଛି ସମୟ ପରେ ବଳଦ ଗାଡିର ଚାଳକ ଜାଣିବାକୁ ପାଇଲେ ଯେ ଭୀମ ଓ ତାର ଭାଇ ଅଛବ ମାହାର ଜାତିର ପିଲା l ସେତେବେଳେ ଛୁଆଁ ଅଛୁଆଁ ଭେଦ ଭାବ ସମାଜରେ ବହୁ ପରିମାଣରେ ଥିଲା l ତେଣୁ ଚାଳକ ସଙ୍ଗେ -ସଙ୍ଗେ ଗାଡିକୁ ଛିଡା କରାଇ ଭୀମ ଓ ତା ଭାଇକୁ ଗାଡ଼ିରୁ ଓହ୍ଲାଇ କଟୁ ଭାଷାରେ ଗାଳିଦେଲେ l ଏଥିରେ ଭୀମ ଲଜ୍ଜିତ ହୋଇ କାନ୍ଦିବାରେ ଲାଗିଲା ଓ ଗାଡିଟି ସେମାନଙ୍କୁ ଛାଡି ଆଗକୁ ଆଗେଇଲା l ଏଇ ଘଟଣା ପରେ ଭୀମ ପ୍ରତିଜ୍ଞା କଲା କିପରି ଏହି ଘୃଣିତ ପ୍ରଥାକୁ ଭାରତରୁ ଲୋପ କରିବ lଆମ ପରି ସେଇ ଛୋଟ ପିଲାଟା ବଡ଼ ହେଲା, ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ଇଂରେଜ ମାନଙ୍କୁ ଭାରତରୁ ତଡ଼ିବାକୁ ସମର୍ଥ ହେଲା l ଶେଷରେ ସେ ଛୁଆଁ ଅଛୁଆଁ ଭେଦ ଭାବକୁ ଦେଶରୁ ମୂଳପୋଛ କରିଦେଲା l ସେହି ଛୋଟ ପିଲା ଭୀମ ସକପାଳ ହେଉଛନ୍ତି ଭାରତରତ୍ନ ଡ଼. ଭୀମରାଓ ଆମ୍ବେଦକର l ସେ ଥିଲେ ଭାରତର ସମ୍ବିଧାନର ଜନକ l

Writer's Details: କୌଶିକ କୁମାର ହୋତା, ନବମ ଶ୍ରେଣୀ,
କେରଳା ପବ୍ଲିକ ସ୍କୁଲ, ରାଇରଙ୍ଗପୁର, ମୟୁରଭଞ୍ଜ
Content Category:
Submission Date: Apr 26, 2019

0 Comments