OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଆଜି ଯାଏ ଯାହା - ବଳରାମ ତରାଇ

ଆଜି ଯାଏ ଯାହା - ବଳରାମ ତରାଇ

ସହଜେ ମିଳିନି 
ତାକୁ ମନ ବି
ପାଏନା ଖୋଜି ଖୋଜି
ମାନ ପ୍ରୀତି ସବୁ ଇତି ହୋଇଯାଏ
କେବେ ଫେରେ ସେ ଅଭୁଲା ସ୍ମୃତି
ଆଖି ଲୁହ ସହ ଭିଜି ଭିଜି ୲ ୲
ଯାଇଛି ମୁଁ ହଜି
ମନ କି ମାନୁଛି ମୋର ,
ଭୁଲିଯିବା ପାଇଁ ଆଜି
ସହଜେ ହଉନି କାହିଁକି ସେ ରାଜି
ଯଦି ମନ କାଢି ଫିଙ୍ଗିବାଟା,
ସହଜ ହୁଅନ୍ତା
ଫିଙ୍ଗିଦିଅନ୍ତି ମୁଁ ଆଜି ୲ ୲
ସତ ମୁଁ କହୁଛି ପ୍ରେମ ବି କରୁଛି ,
ଭଲ ବି ପାଉଛି ଆଜି
କେମିତି ଆସିଲ ଜାନିପାରିଲିନି ,
ଇନ୍ଦ୍ରଧନୁ ରଙ୍ଗ ସାଜି
ପୁଣି ବାଦଲ ପରି ଡାକିଦେଲେ
କୁଆଡେ ଗଲ ହଜି ହଜି
ପ୍ରଥମ ଥର ଯେବେ କଥା ହୋଇଥିଲ
ମନେପଡ଼େ ବେଶୀ ଆଜି ୲ ୲
ରହିଛି ରହିବି ଆଗକୁ କେମିତି
ତୁମେ କୁହ ପ୍ରିୟା ?
ମନ ସହ ମାରି ବାଜି
ତଥାପି ମନକୁ ବୁଝେଇ କହିଲି ,
ହୋଇଯା'ରେ ତୁ ରାଜି
ମନ ତ ବୁଝୁନି , ବଞ୍ଚି ମରିବା ସହ ସଂଗ୍ରାମ କରୁଛି ଆଜି ୲ ୲

Writer's Details: Balaram tarai
Khurdha 99370146
Content Category:
Submission Date: Apr 19, 2019

0 Comments