OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ଭୋଟର ହୁଅ ସଚେତନ - ଅନାମ ଚରଣ ସାହୁ

ଭୋଟର ହୁଅ ସଚେତନ - ଅନାମ ଚରଣ ସାହୁ

କୁଜି ନେତାଠାରୁ ଭୋଟ ଦାନ ପାଇଁ
ନ ନେବା ପଇସାଟିଏ
ଆମ ଭୋଟ ମୂଲ୍ୟ ଅଟଇ ଅମୂଲ୍ୟ
ଦେଇବା ପାରିବ କିଏ!
ମଦ ମାଂସ ଖାଇ ନ ଯିବାଟି ଭୁଲି
ଆମେ ସଚ୍ଚା ନାଗରିକ
ଆମରି ଧନରେ ସରକାର ଚଳେ
ଆମେତ ତାଙ୍କ ମାଲିକ ।
ନେତାଙ୍କ ମଧୁର କଥାରେ ନ ଭାସି
ପରଖିବା ତାଙ୍କ ଗୁଣ
ଚରିତ୍ର ଯାହାର ଦେଶପାଇଁ ହିତ
ତାଙ୍କରି କଥାକୁ ଶୁଣ ।
କାମ ଦାମ ଛାଡି ନେତାଙ୍କ ପଛରେ
ହୁଅନାହିଁ ଜମା ବାଇ
ଭୋଟ ସରିଗଲେ ଦୁଇଟା ଦିନରେ
ଚିହ୍ନି ପାରିବେନି କେହି ।
ଅତି ଭକତିଆ ଚୋରର ଲକ୍ଷଣ
ବର୍ଷାକୁ ଦିଅନ୍ତି ଛତା
ଦଳ ବଦଳରେ ସମ୍ପୂର୍ଣ୍ଣ ମାହିର
ନିଜକୁ ବୋଲାନ୍ତି ନେତା ।
ଗଣତନ୍ତରରେ ଗଣଙ୍କର ସ୍ଥାନ
ସବୁଠାରୁ ଅଟେ ଉଚ୍ଚ
ଦେଶ ଗଠନରେ ହୁଅ ଭାଗୀଦାର
ସ୍ବାର୍ଥକୁ କରିଣ ପଛ ।
------/--/---------------
ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦

0 Comments