ଭୋଟଦାନ - ଅନାମ ଚରଣ ସାହୁ

ଭୋଟଦାନ - ଅନାମ ଚରଣ ସାହୁ


ସଭିଏଁ କରିବା ନିଜ ଭୋଟଦାନ
ଅମୂଲ୍ୟ ସମ୍ପଦ ସେହି
ଦେଶ ଗଢିବାରେ ବଡ଼ ଯୋଗଦାନ
ଭୁଲିବାର ନୁହେଁ କେହି ।
ଅଠର ବରଷ ହୋଇଲେ ପ୍ରବେଶ
ସା'ବାଳକରେ ଗଣା
ଭୋଟର ତାଲିକା ପ୍ରସ୍ତୁତି ସମୟେ
ସେମାନଙ୍କୁ ଏହା ଜଣା ।
ବ୍ଯକ୍ତି ସମ୍ବଳିତ ଆବଶ୍ୟକ ତଥ୍ୟ
ରଙ୍ଗୀନ ଫଟୋ ସହିତ
ଉପରିସ୍ଥ ଅଧି- କାରୀ ନିକଟରେ
ଦେବାକୁ କର ପ୍ରେରିତ ।
ଭୋଟର ତାଲିକା କରିଲେ ଧାରଣ
ସା'ବାଳକର ନାମ
ଯୋଗ୍ୟ ହେବେ ସେହି ଭୋଟ ଦେବାପାଇଁ
କରିବାକୁ ଦେଶ କାମ ।
ମନ କଥା ଶୁଣି ବିବେକ ପରଖି
ଆପଣା ଭୋଅଟ ଦେବା
ନିଜ ସ୍ବାର୍ଥ ଭୁଲି ଗୋପବନ୍ଧୁ ପରି
ଯେ କରିବ ଦେଶ ସେବା ।
ଆମରି ହସ୍ତରେ ଆମ ଗଣତନ୍ତ୍ର
ହେବ ଯେବେ ସୁରକ୍ଷିତ
ଆମ ରାଇଜର ଯଶ ଗଉରବ
ବିଶ୍ବେ ହେବ ପ୍ରଚାରିତ ।
-----------------
ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦

0 Comments