ଉପହାର - ନାରାୟଣ ଚନ୍ଦ୍ର ସେନାପତି

ଉପହାର - ନାରାୟଣ ଚନ୍ଦ୍ର ସେନାପତି


ଉପହାର ନୁହଁ ଛୋଟିଆ ଚିଜଟେ
କେଇ ପଇସାର ଦ୍ରଵ
ମୂଲେଇ ହୁଏନା ଅମୂଲା ମୁଲ ସେ
ସ୍ନେହ ପ୍ରେମର ବିଭବ ।

ଦେଇଥାଏ ଯିଏ ଉପହାରଟିକୁ 
ତା ହୃଦୟେ ବନ୍ଧା ଶ୍ରଦ୍ଧା
ଆତ୍ମା ତୃପ୍ତି ହୁଏ ଦେଲେ ପ୍ରିୟ ଜନେ
ହେଲେ ଆକାଶ ବସୁଧା ।

କିଏ କହେ ତାକୁ ପୁରସ୍କାର ଅବା
କେ କହେ ତାକୁ ବଧେଇ
ପାଇବା ଲୋକଟା ଆନନ୍ଦେ କୁରୁଳେ
ସତେ ଅବା ସ୍ୱର୍ଗ ପାଇ ।

ବନ୍ଧୁଟିଏ ଅବା ସାଥି ଯଦି କେବେ
ତା ସାଥି ଘରକୁ ନିଏ
ସରାଗରେ ସାଥି ଭାବେ ତା ବିରାଟ
ଛୋଟିଆ କେବେ ବି ନୁହଁ ।

ମହାଭାରତରେ ଖୁଦଭଜା ଗଣ୍ଡେ
ସୁଦାମା ଗଣ୍ଠିରେ ଧରି
ଉପହାର ଦେଇ ମହାନ ହୋଇଲା
କୃଷ୍ନ ମନ ନେଲେ ଚୋରି ।

ଜନମ ଦିନ ବା ବିବାହ ବ୍ରତରେ
ଉପହାର ଯେବେ ଆସେ
ପାଇବା ଲୋକ ଓ ଦେବା ଲୋକ ମଧ୍ୟେ
ସମ୍ପର୍କର ବନ୍ଧ ହସେ।

ଘରେ ବା ସ୍କୁଲରେ ଛୋଟିଆ ଶିଶୁଟେ
ଚକୋଲେଟ ଗୋଟେ ପାଇ
ଭାବେ ସେ ସରଗ ସୁଖ ମିଳିଗଲା
ସବୁ ଦୁଃଖ ଯାଏ ଧୋଇ ।

ବିଦେଶରୁ କିଏ ଶରଧାରେ ଯଦି 
ଆଣିଥାଏ କିଛି ବୋହି
ଆଦରେ ସମର୍ପି ଖୁସିରେ ପହଁରେ
ପାଏ ଯିଏ ନାଚେ ଧାଇଁ ।

ଉପହାରଟିଏ ମହତ୍ତ୍ୱ ମହତ 
ଭୁଲିବନି ତା ମର୍ୟାଦା
ଗଢିବା ସମ୍ବନ୍ଧ ରଖିବା ବିଶ୍ୱାସ
ଆତ୍ମା ପାଇବନି ବାଧା।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments