OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

ତୁମ ପ୍ରତୀକ୍ଷାରେ - ପ୍ରଶାନ୍ତ କୁମାର ନାଥ

ତୁମ ପ୍ରତୀକ୍ଷାରେ - ପ୍ରଶାନ୍ତ କୁମାର ନାଥ


ଜହ୍ନବି ଉଠିଛି ଫୁଲବି ଫୁଟିଛି
ଆକାଶେ ହସୁଛି ତାରା
ହେଲେ ତୁମ ବିନା ଲାଗୁଅଛି ମୋତେ
ସବୁତ ଅଧା ଅଧୁରା ।

ମନେପଡେ ପ୍ରିୟା ତୁମ ପ୍ରୀତିଛୁଆଁ
ତୁମେ ଛାଡି ଗଲାପରେ
ତୁମ ସେହି ସ୍ମୃତି ଘୁରି ବୁଲେ ଆଜି
ହୃଦୟର ସ୍ପନ୍ଦନରେ ।

କେତେଯେ ସମୟ କଟୁଥିଲେ ଦୁହେଁ
ଜହ୍ନ ଆଲୁଅରେ ବସି
ନିରୋଳା ଛାତରେ ବିନା ନିଦରେ ବି
ସ୍ବପ୍ନ ଦେଖୁଥିଲେ ମିଶି ।

ଆମ ମିଳନରେ ରାଜନିଗନ୍ଧା ବି
ବାସ ତାର ଭରୁଥିଲା
ସୁଲୁ ସୁଲୁ ବାଆ ପ୍ରେମକୁ ଆମର
ମିଠା ଛୁଆଁ ଦେଉଥିଲା ।

ତୁମେ ଗଲା ପରେ ସବୁ ରାତି ମୋର
ଛାତରେ ଯାଉଛି ପାହି
ଜହ୍ନ ବି ଉଉଁଛି ତୋଫା ଆକାଶରେ
ଉଜ୍ବଳତା ଦିଶେ ନାହିଁ ।

ଫୁଲବି ଫୁଟୁଛି ନିଇତି ରାତିରେ
ବାସ୍ନା ଆଉ ଭରୁ ନାହିଁ
ମଳୟ ପବନ ଯେତେ ବହିଲେବି
ଶୀତଳତା ମିଳୁ ନାହିଁ ।

ରାତି ପରେ ରାତି ଯାଉଅଛି ବିତି
ଖାଲି ତୁମ ପ୍ରତିକ୍ଷାରେ
ସବୁ ରାତି ଦିନ ମୋପାଇଁ ସମାନ
ତୁମେ ଛାଡି ଗଲା ପରେ ।

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳ ହାଟ, ପ୍ରୀତିପୁର, ଯାଜପୁର
ମୋ - ୦୮୮୯୨୩୦୧୧୪୩
      

0 Comments