"ବଣମଲ୍ଲୀର ମହକ ଗଳ୍ପ ପ୍ରତିଯୋଗିତା" ଏବଂ "କବିର ଘର କବିତା ପ୍ରତିଯୋଗିତା" ରେ ନିଜକୁ ସାମିଲ କରନ୍ତୁ । ଅନଲାଇନ ମାଧ୍ୟମରେ ଏହି ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରିବା ନିମନ୍ତେ ୱେବ-ପୋର୍ଟାଲରେ ଉପଲବ୍ଧ ଥିବା LITERACY CONTEST ଫଳକକୁ କ୍ଲିକ କରି ଆଗକୁ ବଢନ୍ତୁ ।

ତୋ ଆଗମନ - ପୂର୍ଣ୍ଣଚନ୍ଦ୍ର ଭୁୟାଁ

ତୋ ଆଗମନ - ପୂର୍ଣ୍ଣଚନ୍ଦ୍ର ଭୁୟାଁ

ଚକିତ, ବିଚଳିତ, ଆନମନ, 
ଭିନ୍ନ ଏକ ପୁଲକ ମୋ ଶରୀରରେ,
ଚଳ ଚଞ୍ଚଳ  ମୋ ଚତୁଃପାର୍ଶ୍ବ,
ଯେଉଁଦିନୁ ମୁଁ ଶୁଣିଲି ତୁ ଅଛୁ ଆଖପାଖ,
ଓ ତୋ ଆଗମନ ,
ମୋ ଇଲାକା ପରିଧିରେ,
ବୈଶାଖ ଉଭେଇଗଲା,
ସତେ ଅବା ହଟାତ କେଉଁବାଟେ
ଧସେଇ ଆସିଲା ବସନ୍ତ,
ପଛରେ ପକାଇ ଆଷାଢ଼ ଓ ହାଡ଼ ଭଙ୍ଗା ଶୀତକୁ,
ପୁଲକିତ ହେଲା ମୋ ଦେହ ମନ,
ତୋ ନିଆରା ବାସ୍ନାର  ଆଘ୍ରାଣରେ,
ଖେଳିଗଲା ସବୁଆଡ଼େ
ତୋ ଭଣଭଣ ମହକ
ଏ ବାୟୁ ଓ ଏ ମହାକାଶ
ଓ ମୋ ଚତୁଃପାର୍ଶ୍ଵରେ,
ପାଗଳ ଭଅଁର ପ୍ରାୟ ମୁଁ ଖୋଜି ବୁଲିଲି,
ହେ ପ୍ରିୟା, ହେ ମାନସୀ,
ହେ ମୋ ପ୍ରାଣ ଓ ନିଶ୍ଵାସ !
ମୋ ପ୍ରିୟା ବଣମଲ୍ଲୀ,
ତୁ କେଉଁଠାରେ? କେଉଁଠାରେ???
ଦୂରରୁ ତୋ ବାସ୍ନାର ଆଘ୍ରାଣରେ,
କାହିଁକି ଦୋହଲାଇ ଦିଏ ମୋତେ ଓ
ମୋ ମନ ମଧ୍ୟେ ଅନେକ ପ୍ରଶ୍ନରେ,
ମୋତେ ଥରେ ଦେଖା ଦେ ପ୍ରିୟା,
ମୁଁ ସବୁ ଆୟୁକୁ ଭରି ଦେଖିବି,
ତୋତେ ଏକାଥରେ l

ବ୍ରହ୍ମପୁର, ଗଞ୍ଜାମ

0 Comments