ତିତିଲି ତୁମ ଶୀତଳ ପରଶେ
ଶିହରିତ ହେଲା ମୋ ତନୁମନ
କିଏ କହେ ତମେ ଆତଂକ
କିଏ କହେ ତମେ ପ୍ରଳୟରତାନ

ତମେତ ଏକ ଅଝଟିଆ ଚୁଲବୁଲି ଝିଅ
ଭାରି ଅମାନିଆ ଆନମନା
କଣତମେ କରିଚାଲ  ନଥାଏ ତାର
କିଛି ଠିକ ଠିକଣା

ଏକାଏକା ଶୂନଶାନ ପଥ ଶୁଭିଯାଏ
ସୁ ସୁ ପବନର ଚିତ୍କାର
ବରଷାର ତାଣ୍ଡବ ଆଉ ଧଡ ଧାଡ
ଶବ୍ଦ ଗଛ ପଡିବାର

ଅଜାଣତେ ଉଡିଯାଏ ଦେଖୁ ଦେଖୁ
ଘରର ଦମ୍ଭିଲା ଛପର
ଲଙ୍ଗଳା ଫୁଙ୍ଗଳା ଦେହ ଅତିଷ୍ଟହୁଏ
ଦେଖି ତୁମ ତାଣ୍ଡବର

ଝରଝର ଝରିପଡ ତମେ ପହିଲି
ଶୀତର କୁହୁକ ପରଶେ
ଖାଲି ଯନ୍ତ୍ରଣା ଆଉ ପ୍ରତାରଣାର
ଉଚ୍ଚା ଉଚ୍ଚା ଭଗ୍ନସ୍ତୁପ ଦିଶେ

ଭୟ ଭୀତି ମନ ହୃଦେ ଭରିଦିଅ
ବିନାଶର ଆର୍ତ୍ତଚିତ୍କାର
ଦିଶିଯାଏ ସେ ପ୍ରଳୟଙ୍କାରୀ ନୃତ୍ୟ
ଭଷ୍ମାଷୁର ତିତିଲିର

ଉଷାରାଣୀ ଦାସ
ଖାନନଗର,ବାଲେଶ୍ବର
Sent from my Samsung Galaxy smartphone.