କେତେ ମଧୁମୟ  ସୁନା ର ସଂସାର
ଟିକି ପରିବାର ଟିଏ
ଦେଖିଲା ମାତ୍ରକେ ମନ ଭରେ ତୃପ୍ତି
ନେତ୍ର ପୁଲକିତ ହୁଏ
ସଭିଙ୍କ ମୁଖରେ  ହସ ର ଲହରି
ବାନ୍ଧିଅଛି ପ୍ରେମ ଡୋର
ମଧୁ ବରଷୁ ଛି ସଭିଙ୍କ ମୁଖରୁ
ସହଯୋଗ ପରସ୍ପର
ଏକାଠି ଖାଆନ୍ତି ଏକାଠି ରହନ୍ତି
ନ ଥାଏ ରାଗ କି ରୁସା
ଛୋଟ ବଡ ଭାବ ମନରେ ନ ଆଣି
କରନ୍ତି ନିଜ ବେଉସା
ବାୟୋ ଜ୍ୟେଷ୍ଠ ଯେତେ ଗୁରୁ ଗୁରୁଜନେ
ଦିଅନ୍ତି ମାନ ସମ୍ମାନ
ସ୍ନେହ ର ରଜ୍ଜୁ ରେ ବାନ୍ଧି ରଖିଥାନ୍ତି
 ଭାତୃ, ଭଗିନୀ ସନ୍ତାନ
ଯୌଥ ପରିବାର ନାମଟି ତାହାର
 ସୁନାର ସଂସାର ଟିଏ
ଗଢିବାକୁ ସର୍ବେ ଉଦ୍ୟମ କରିବା
ତୁମେ ଆମେ ଅଉ କିଏ?
ଠାକୁରଙ୍କୁ ଏବେ କରୁଛି ବିନତି
ସଦା ଥାଉ ଏହି ଭାବ
ସପରିବାର କୁ ଶୁଖି ରଖିଥାନ୍ତୁ
ଠାକୁର କଳା ମାଧବ

କୁମୁଦ ଚନ୍ଦ୍ର ଦଳେଇ 
ପୋଲସରା, ଗଞ୍ଜାମ