ଶିଶୁଗଳ୍ପ - ପରିଶ୍ରମର ଫଳ ମଧୁର - ରବି ପ୍ରଧାନ

ଶିଶୁଗଳ୍ପ - ପରିଶ୍ରମର ଫଳ ମଧୁର - ରବି ପ୍ରଧାନ


ଏକଦା ଜଣେ ବ୍ୟକ୍ତି ଖୁବ୍ ବଡ ବଗିଚାଟିଏ କରିଥାଏ । ସେ ସେଠାରେ ଅନେକ ପ୍ରକାର ପନିପରିବା ସହ ଫଳଗଛ ମଧ୍ୟ ଲଗାଇଥିଲା । ଗଛଗୁଡିକୁ ଖୁବ୍ ଯତ୍ନରେ ପାଳୁଥାଏ । କଠିନ ପରିଶ୍ରମ ଯୋଗୁଁ ଭଲ ଅମଳ ହୁଏ । ସେ ସବୁକୁ ସେ ବିକ୍ରୟକରି ନିଜର ଗୁଜୁରାଣ ମେଣ୍ଟାଏ । 
          
ଥରେ ଜଣେ ଅପରିଚିତ ବ୍ୟକ୍ତି ଯାଇ ବଗିଚାରେ ଫଳ ଖାଉଥାଏ । ଏହା ଦେଖି ବଗିଚାର ମାଲିକ ଖୁବ୍ ରାଗିଲେ । ନ ପଚାରି ଚୋରିକରି ମୋ ବଗିଚାରୁ ଫଳ ଖାଉଛ ଏହା କ'ଣ ଠିକ୍ କାମ କରୁଛ..? ବଗିଚାର ମାଲିକର ଏ ପ୍ରଶ୍ନରେ ବିଚଳିତ ନ ହୋଇ ଅପରିଚିତ ବ୍ୟକ୍ତି ପୁନଃ ଫଳ ତୋଳିବାରେ ଲାଗିଲେ । ବଗିଚାର ମାଲିକ ରାଗିଯାଇ କହିଲେ ମୁଁ ବର୍ଷ ତମାମ ଏ ଗଛମାନଙ୍କର ଯତ୍ନ ନେଉଛି,ତୁମେ ମୋ ବିନା ଅନୁମତିରେ ଫଳ ତୋଳି ଖାଉଛ ..? ଅପରିଚିତ ବ୍ୟକ୍ତି କହିଲେ ଏହା ଭଗବାନଙ୍କର ବଗିଚା ମୁଁ ତାଙ୍କର ସେବକ । ବଗିଚା ମାଲିକ ଏପରି କଥାରେ ଚକିତ ହୋଇ ଏକ ଉପାୟ ଚିନ୍ତାକଲେ । ନିଜର ଜଣେ ପଡୋଶୀ ବ୍ୟକ୍ତିଙ୍କୁ ଧରି ତା'ପାଖକୁ ଯାଇ ତାଙ୍କୁ ଧରି ମାଡ ମାରିଲେ । ଲୋକଟି ଚିତ୍କାର କରୁଥାଏ,କିନ୍ତୁ ବ୍ୟକ୍ତି ଜଣକ କିଛି ଶୁଣନ୍ତି ନାହିଁ । 
        
ପରେ ଅପରିଚିତ ବ୍ୟକ୍ତି ଜଣକ ନିଜର ଭୁଲ ସ୍ୱୀକାର କରି କ୍ଷମା ମାଗିଲେ । କହିଲେ ଏ ଫଳ ଖାଇବା ପୂର୍ବରୁ ତୁମର ଅନୁମତି ନେବାର ଥିଲା । ବଗିଚା ମାଲିକ ହସିହସି କହିଲେ ତୁମେ ତୁମ ଭୁଲ ମାନିଥିବାରୁ ମୁଁ ତୁମ ଭୁଲକୁ କ୍ଷମା କରିଦେଉଛି । କିନ୍ତୁ ମନେ ରଖିଥାଅ ଯେ ଈଶ୍ୱର ପ୍ରତ୍ୟେକଙ୍କୁ ବୁଦ୍ଧି ଓ ବିବେକ ଦେଇଛନ୍ତି ତାକୁ ଠିକ୍ ମାର୍ଗରେ ପ୍ରୟୋଗ କରିବା ଉଚିତ୍ । ଈଶ୍ୱରଙ୍କ ଦୃଷ୍ଟିରେ ଯେମିତି କର୍ମ କରିବ ସେମିତି ଫଳ ସମସ୍ତେ ପାଆନ୍ତି ।

ରବି ପ୍ରଧାନ, ବାଣପୁର, ଖୋରଧା

0 Comments