ଶ୍ରେଷ୍ଠ ପ୍ରାଣୀର କଥା - ସିଦ୍ଧେଶ୍ଵର ତ୍ରିପାଠୀ

ଶ୍ରେଷ୍ଠ ପ୍ରାଣୀର କଥା - ସିଦ୍ଧେଶ୍ଵର ତ୍ରିପାଠୀ


ଚକ୍ଷ୍ୟୁ ହୀନ ବିବେକ ମୋ
ଡେଣା ଲଗା ମନ
ଅସମାପ୍ତ ସପନକୁ
ଅଦେଖା ଦହନ ।

ଦିନ ସରେ ରାତି ମରେ
ମରେନାହିଁ ଭୋକ
ଅନ୍ତହୀନ ଏ କାମନା
ଅସମାପ୍ତ ଶୋକ ।

ସ୍ବେଚ୍ଛାକୃତ ଅବଦାନ
ଅହଙ୍କାର ଗର୍ବ
ଅଦୃଶ୍ୟ ଶକ୍ତି ପାଖରେ
ସବୁ ହୁଏ ଖର୍ବ ।

ନିଜ  କଥା ପର କଥା
ଭାବି ଯାଏ ଦିନ
କେତେ ଜିଇଁ କେତେ ମରେ
ମନର ସପନ ।

ଶ୍ରେଷ୍ଠ ଏଠି ନଷ୍ଟ ହୁଏ
ହଜାଇ ବିବେକ
କଷ୍ଟ ହୁଏ ଏମନରେ
ସରେ ନାହିଁ ଶୋକ - - - -    

ସିଦ୍ଧେଶ୍ବର ତ୍ରିପାଠୀ

0 Comments