ସ୍ମୃତିର ଛିଟା - ନାରାୟଣ ଚନ୍ଦ୍ର ସେନାପତି

ସ୍ମୃତିର ଛିଟା - ନାରାୟଣ ଚନ୍ଦ୍ର ସେନାପତି

ସ୍ମୃତିର ପିଞ୍ଜରାରେ ବନ୍ଧାଥିଲା ପ୍ରେମର ହୃଦୟ,
ଅନୁଭୂତି ଓ କୋହର ଗୁଞ୍ଜରଣ
ଚମକାଉଥିଲା ମନକୁ,
ଉଦ୍ଦୀପନାର ଶାଳ ବୃକ୍ଷଟା--
ଉତ୍କଣ୍ଠାର ବାଆରେ କରୁଥିଲା ଭୂମିସ୍ପର୍ଶ,
ଆବେଗର ଖରସ୍ରୋତଟା--
ବିଦୀର୍ଣ୍ଣ କରୁଥିଲା ..
ଆଶାର ସବୁଜିମାକୁ,
ଉତ୍ସୁକତାର ଆଲବମଟା ଆପେ ଖୋଲି
ଅଦିନିଆ ବାଆରେ ପୃଷ୍ଠା ଲେଉଟାଉଥିଲା,
ପ୍ରେମ,ପ୍ରୀତି,ସରାଗର ଫଟୋଗୁଡାକ
ଆଖିର ଟପ୍ ଟପ୍ ଲୁହରେ
ଝାପ୍ ସା ଦେଖା ଯାଉଥିଲା..।
କି ପ୍ରଶଂସା  ! କି ସୁନାମ  !
ବହାଉଥିଲା ଜୀଇଁବାର ଆମାଜାନକୁ...!!!
କି ତିକ୍ତତା  ! କି ବିଫଳତା  !
ଶତ ଧିକ୍କାର କରୁଥିଲା ମରୁ ମରୀଚିକାକୁ..!!!
ଆନନ୍ଦ ଓ ବିଷାଦର ସଙ୍ଗମ,
ସତେ ଅବା ହାତ ତିଆରି ଦ୍ରବଣ,
ବେଦନାଭରା ଜଳୀୟାଂଶ ...
ଶୂନ୍ୟତାକୁପୂରଣ କରୁଥାଏ -
ବିଶ୍ୱାସର ଅଭୀପ୍ସା ଥଳିରେ,
ବିବେକର ଯାଦୁବାଡିଟା...
ଧୈର୍ଯ୍ୟର ମଙ୍ଗଟାକୁ ସଳଖାଇ-
ଟାଣିନିଏ ଆକାଙ୍ଛାର ଅଭିସାରୀ ରଶ୍ମୀରେ,
ଉଦ୍ଦୀପନାର ଗଜାଟାକୁ 
ଆଲୋକମୁହାଁ କରେ
ପ୍ରତିଜ୍ଞାର ସୂର୍ଯ୍ୟାଲୋକରେ,
ମନରେ ଆଙ୍କିଦିଏ ସୁନେଲି ସ୍ୱପ୍ନର ଇନ୍ଦ୍ରଧନୁ,
ସଫଳତାର କାମଧେନୁ,
ଆଉ ବିଜୟର ତାଜମହଲ,,,
ଆକୁଳରେ ଖୋଜେ..
ମମତାଜର ସେହି...
ଅଭୁଲା ଅଭୁଲା ସ୍ମୃତି....

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର

0 Comments