ଶୁଭ ପରିଣୟ - ସଦାନନ୍ଦ ସାହୁ

ଶୁଭ ପରିଣୟ - ସଦାନନ୍ଦ ସାହୁ


 ଶୁଭ ଲଗନରେ ଶୁଭ ଅବସରେ 
      ଭାସିଉଠେ   ସ୍ଵପ୍ନରାଜି                 
ପ୍ରିୟତମା ସାଥୀ  ତୁମେ ମୋର ସ୍ମୃତି 
     ବିଧାତା  ଦେଇଛି  ଖଞ୍ଜି  ! !

ପ୍ରଥା ପରମ୍ପରା  ସଂସ୍କୃତି  ନିଆରା 
        ସମୃଦ୍ଧ  ଉତ୍କଳ  ରୀତି 
 ବିବାହ ବେଦୀରେ ବସିଲ ସାଥିରେ 
     ପଡିଗଲା    ହାତଗଣ୍ଠି    ! !

ମୁଁ' ସୂର୍ଯ୍ୟକାନ୍ତ     ପ୍ରେମ ମୂର୍ତ୍ତିମନ୍ତ 
      ଉଜ୍ଜ୍ଵଳ  ଭାସ୍କର  ଜ୍ୟୋତି 
ତୁମେ ମୋ'କ୍ଷୀରାବ୍ଧି ପ୍ରେମର ବାରିଧି
      ଅଭୁଲା ଏ' ପ୍ରୀତି  ସ୍ମୃ୍ତି    ! ! 

ଜନ୍ମ ଜନ୍ମାନ୍ତର  ତୁମେ ସାଥୀ ମୋର 
         ମୁଁ' ତୁମ ହୃଦୟ ରାଜା 
ସଵୁ ଜନମରେ   ରହିବ  ସାଥୀରେ 
        ତୁମକୁ  ପଡିବ ଖୋଜା   ! ! 
************************
ପବିତ୍ର  ବନ୍ଧନ    ତୁମେ  ଧନମନ 
      ମୁଁ' ତୁମ କ୍ଷୀରାବ୍ଧି ରାଣୀ 
ସିନ୍ଥିରେ ମୋହର   ସୁହାଗ ସିନ୍ଦୁର 
     କରି ଦେଲ  ଚିର ଋୁଣୀ   ! ! 

ଦଶଦୋଷ ମୋର  କରିବ ବିଲୀନ 
     ଆହେ' ପ୍ରିୟ ପତି ଦେବ 
କୁଳର  ଗାରିମା   କ୍ଷୀରାବ୍ଧିତନୟା 
    ଅତୁଟ  ସମ୍ପର୍କ   ଭାବ   ! ! 

ମୋ' ଶାଶୁ ଶ୍ଵଶୁର  ଅଲିଭା ସ୍ଵାକ୍ଷର 
       ଉଦାର  ହୃଦୟ  ଚିତ୍ତ  
ରବୀନ୍ଦ୍ର ପ୍ରଭାତୀ   କୋଟି ଦୟାନିଧି 
      ପାଇଛି ମୁଁ' ପିତା ମାତ  ! ! 

ଶୁଭ ବିବାହର      ଶୁଭ ଅବସର 
       ସୁନେଲି ସପନ ରାତି 
ଜଗତର  ନାଥ   ହୁଅହେ ସଦୟ 
     ଉଚ୍ଛୁଳି    ପଡୁ  ଏ'ସ୍ମୃ୍ତି  ! ! 

ଶୁଭେଚ୍ଛୁ ଅତିଥି   ଢାଳହେ' ପୀରତି 
       ' ପପୁ ଟିଟିଲି' ଙ୍କୁ  ଆଜି  
 ଦାମ୍ପତ୍ୟ ଜୀବନ  ହେଉ  ସୁଖମୟ 
     ଅରଜିବେ    କିର୍ତ୍ତୀରାଜି  ! !

ସଦାନନ୍ଦ ସାହୁ , (କାରା କର୍ମଚାରୀ )
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର  !

1 Comments

  1. ବଣମଲ୍ଲୀର ସାହିତ୍ୟ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ !

    ReplyDelete

ବଣମଲ୍ଲୀର ମହକ ତାହାର ପାଠକ ପାଠିକା ମାନଙ୍କ ନିକଟରୁ ସର୍ବଦା ଗଠନମୂଳକ ମତାମତ ଆଶା କରିଥାଏ । ଯାହାକି ଜଣେ ସ୍ରଷ୍ଟାଙ୍କୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ସକ୍ଷମ ହୁଏ । ଯଦି Anonymous User ଭାବେ ଆପଣ ଉପରୋକ୍ତ ବିଷୟଟି ଉପରେ ନିଜର ମତାମତ ପ୍ରଦାନ କରିବାକୁ ଚାହୁଁଛନ୍ତି, ତେବେ ନିଜର ମତାମତ ତଳେ ଆପଣଙ୍କ ନାମ ଓ ଠିକଣା ପ୍ରଦାନ କରିବାକୁ ଅନୁରୋଧ ।