ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ଶେଷ ଠିକଣା - ମଦନ ମୋହନ ବେହେରା

ଶେଷ ଠିକଣା - ମଦନ ମୋହନ ବେହେରା


କୁଆଁ କୁଆଁ କାନ୍ଦି ଧରାକୁ ଆସିଲି
ବଢ଼ିଲି ମା’ର କୋଳେ
ମା’ ଧାଇଁ ଆସି ଧରି ନେଉଥିଲା
ତଳେ ପଡ଼ିଗଲା ବେଳେ ।
ମା’ର ମମତା, ବାପାଙ୍କ ଆକଟ
ଥିଲା ମୋ’ର ପାଖେପାଖେ
ସାଙ୍ଗ ସାଥୀ ମେଳେ ଥଟ୍ଟା ମଜା ହୋଇ
ଦୁନିଆଟା ଆଜି ଦେଖେ ।
ଭାଇ ଭଉଣୀର ସେନେହ ଶରଧା
କାହିଁବା ପାଇବି ମୁହିଁ
ଜୀବନଟା ଆଜି ବ୍ୟସ୍ତ ଲାଗୁଥାଏ
ଟଙ୍କା ପଛେ ଧାଇଁ ଧାଇଁ ।
ବିବାହ ବନ୍ଧନେ ବାନ୍ଧି ହୋଇଗଲି
ପରିବାର ଚିନ୍ତା ଘାରେ
ସଂସାର ମୋହରେ ପଡ଼ି ଯାଇ ଏବେ
ମୃତ୍ୟୁ କଥା ଭାବି ଡରେ ।
ସମୟ ସ୍ରୋତରେ ସବୁ ଚାଲିଯିବେ
ଛାଡ଼ି ଦେଇ ନିଜ ଅଗଣା
ବନ୍ଧୁ ପରିବାର କାନେ୍ଧ ବୋହି ନେବେ
ଶମଶାନ ଶେଷ ଠିକଣା । ।

ମଦନ ମୋହନ ବେହେରା, ଶିକ୍ଷକ
କୃଷ୍ଣନଗର, ଲକ୍ଷ୍ମୀନଗର, ଶଙ୍ଖଚିଲା

0 Comments