ଶେଫାଳି ଲୋ - ସୁଧାକର ସେଠୀ

ଶେଫାଳି ଲୋ - ସୁଧାକର ସେଠୀ

ଭୁରୁଭୁରୁ ତୋ ଦେହ ବାସ
ଘୁରି ବୁଲେ ଗଗନ ପବନେ,
ପ୍ରବାସେ ତୋର ସେ ମହକ
ପାଇବି ନାହିଁ ଆଉ ଏ ଜୀବନେ।

ହଜାଇଛି ତତେ, ଛାଡିଛି ଗାଁ
ବନିଛି ମୁଁ ପରବାସୀ
ଜୀବନ ଯୁଦ୍ଧେ ଥକି ପଡଲିଣି
ହଜି ଯାଇଛି ସେ ଖୁସି।

ଖୋଜଛିି ନିଇତି ତତେ ପ୍ରତ୍ୟୁଷରୁ
ଖୋଜିଛି ଅମା ଅନ୍ଧାରେ
କଙ୍କ୍ରିଟଦୁନିଆରେ ହଜି ଯାଇଛୁ ତୁ
ଭାବିଲେ  ହୃଦୟଥରେ

ଯିଏ ଯାହକରେ ସୁବିଧା ପାଇଁକି
ସହରୀଙ୍କ ପାଖେ ତୁ ଅଲୋଡା
ଅର୍ଥ କ୍ଷମତା ପାଇଁ ହୁଅନ୍ତି ବିକଳ
ହଜେଇ ଦିଅନ୍ତି ଦୁନିଆ

ଫେରେ ଯଦି କେବେ ଏ ଜୀବ ଦଶାରେ
ପାଇବିକି ଆଉ ତତେ
ଝରକା ସେପଟେ ହସୁଥାଉ ତୁହି
ଖୁସି ହେଉଥାଏ କେତେ

ବିତିଗଲାଣି କେତେ ଯେ ଦିବସ
ବିତିଛି କେତେ ଯେ ରାତି
ହୃଦୟରେ ସିନା ଅଛୁତୁ ସଦା
ରଖି ଥିବି ତତେ ସାଇତି

କେତେ ଅତ୍ଯାଚାର ସହିଥିବୁ ତୁ
ପାଇଥିବୁ ବିରହ ଯନ୍ତ୍ରଣା  ,
ନିଷ୍ଠୁର ହୃଦୟରେ ତ ଠାରୁ ଦୁରେଇ
ଭୂଲିଯାଇଛି ନିଜ ଠିକଣା

ତୋକଥା ଭାବିଲେ ଦେହଉଠେ ଶିତେଇ
ସ୍ମୃତି ସବୁହୁଏ ତାଜା
ଅଭେଦ୍ଯ ପାଚେରୀ ମୋ ଆଗେ ପଡଛି
ଦୁରେଇ ପାଉଛି ସଜ୍ଜା।

     ସୁଧାକର ସେଠୀ
ଜମ୍ବେଶ୍ବରପୁର,ବାଲେଶ୍ବର
   ୯୩୩୭୬୮୧୫୨୪

Sent from my Samsung Galaxy smartphone.

0 Comments