OUR READERS STATUS AROUND THE GLOBE : INDIA-362119 CANADA-354 CHINA-881 FRANCE-1727 GERMANY- 2083 QATAR - 61 SINGAPORE - 1114 UNITED STATES - 14819 UNITED KINGDOM - 553 UNITED ARAB EMIRATES - 926 UKRAINE-47 UNKNOWN REGIONS-5627

କ୍ଷୁଦ୍ରଗଳ୍ପ - ସଂସ୍କାର - ପ୍ରଣତି ମହାପାତ୍ର

କ୍ଷୁଦ୍ରଗଳ୍ପ - ସଂସ୍କାର - ପ୍ରଣତି ମହାପାତ୍ର


ହସଖୁସିର ସଂସାର ଟିଏ।ସର୍ବଦା ହସ,ଖୁସି ଆନନ୍ଦରେ ଦିନ ଚାଲିଯାଏ।ପରିବାର କହିଲେ ବାପା ବୋଉ ଓ ପୁଅଟିଏ।ଅବଶ୍ୟ ପୁଅଟି  ତାଙ୍କର ନୁହେଁ।ସ୍ଵାମୀ ସ୍ତ୍ରୀ ଥରେ ସକାଳୁ ସକାଳୁ ମନ୍ଦିର ଯିବା ରାସ୍ତାରେ ପିଲାଟିକୁ ପାଇଥିଲେ।ସଦ୍ୟଜାତ ପିଲାଟିର କୁଆଁ କୁଆଁ ଶବ୍ଦରେ ହଠାତ ଚମକି ପଡି ପାଖକୁ ଯାଇଥିଲେ।ହେଲେ ପିଲାଟିର ଆଖପାଖରେ କେହି ନ ଥିଲେ।ଅନେକ ଖୋଜାଖୋଜି ପରେ ବି ଯେତେବେଳେ କାହାର ଦେଖା ନ ମିଳିଲା, ଅଗତ୍ୟା ପତିପତ୍ନୀ ଦୁହେଁ ପିଲାଟିକୁ ନିଜ ଘରକୁ ଆଣି ପାଳିପୋଷି ରଖିଲେ।ଏମିତି ଏମିତି ଦିନ ଗଡି ଚାଲିଲା।ଧୀରେ ଧୀରେ ପିଲାଟି ବଡ଼ ହେଲା, ପାଠଶାଠ ପଢିଲା।ଆଉ ଏମାନଙ୍କୁ ଏଯାବତ ନିଜର ବାପା ବୋଉ ବୋଲି ଧରି ନେଇଛି।ପିଲାଟିକୁ ବାପା ବୋଉ ଦୁଇଜଣ ପ୍ରସାଦ ବୋଲି ଡାକନ୍ତି।ସ୍କୁଲରେ ପ୍ରସାଦ ହରିଚନ୍ଦନ ନାମରେ ସମସ୍ତେ ଜାଣନ୍ତି।ପିଲାଟି ଧୀରେଧୀରେ ବଡ଼ହେଲା।କାଳେ କାହାର ଖରାପ ନଜର ଲାଗିଯିବ ଭାବି ବାପା ବୋଉ ପ୍ରସାଦକୁ ଏକାକୀ କେଣେ ଛାଡ଼ନ୍ତି ନାହିଁ।ଯୁଆଡେ ଗଲେ ବି ବାପା ବୋଉ ସାଙ୍ଗରେ ଯାଆନ୍ତି।ଏବେ ପିଲାଟି ଦଶମ ପାସ୍ କରି କଲେଜ ଯାଉଥାଏ।କଲେଜ ରୁ ଫେରି ମାଆ କୁ ସେଦିନ ଏକ ଅଜବ ପ୍ରଶ୍ନ କଲା ।

- ମାଆ, ବାପା ତୁମକୁ କେତେ ଭଲ ପାଆନ୍ତି?
- ଏ ପ୍ରଶ୍ନରେ ମାଆ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ, ତଥାପି ପୁଅର ପ୍ରଶ୍ନର ଉତ୍ତର ଦେଲେ। ଆଉ କହିଲେ, ବହୁତ । କଣ ହେଲା ବାବା ।
- ନାହିଁ, ଏମିତି ।
- ସେଥିପାଇଁ ବାବା ତୁମକୁ ଖୋଇ ଦିଅନ୍ତି, ତୁମର ଭଲମନ୍ଦ ସବୁ ବୁଝନ୍ତି । ସେଥିପାଇଁ ତୁମେ ଦୁଇଜଣ ଖୁବ୍ ଆନନ୍ଦରେ ରହୁଛ ।
- କାହିଁ ତୋତେ କଣ ଆମେ ଭଲ ପାଉନାହୁଁ, ନା ଗେଲ କରୁନାହୁଁ, ନା ଖୋଇଦେଉ ନାହୁଁ । ନା, ତୁ ଦୁଃଖରେ ଅଛୁ ବାବା ।
- ନାଇଁ ମ ବୋଉ । ତୁମେ ଦୁହେଁ ଦୁହିଁଙ୍କ ପାଖାପାଖି ଅଛ ବୋଲି ସବୁ କଥା ଦୁହେଁ ଦୁହିଁଙ୍କୁ ଜଣାଉଛ । ହେଲେ ମୁଁ ଯେ ଏକା କାହାକୁ ଭଲମନ୍ଦ କହି ପାରୁନି କି କେହି ମୋତେ ସେମିତି କିଛି ବୁଝେଇ ପାରୁ ନାହାନ୍ତି ।
- ତୋର ଏସବୁ ଭ୍ରମ ଧାରଣା । ତୁ ତୋର ସବୁକିଛି ମୋ ସହ ଆଲୋଚନା କର । ମୁଁ ତୋତେ ତୋ ସୁବିଧା ଅସୁବିଧା ସବୁ ବୁଝେଇ ପାରିବି।
- ନାହିଁ ବୋଉ, ମୁଁ କଣ କହୁଥିଲି କି, ବାପାଙ୍କ ପାଖେ ପାଖେ ରହି ତୁମେ ଯେମିତି ତାଙ୍କୁ ଖୁସି ଦେଇପାରୁଛ, ମୋର ସେମିତି ଗୋଟିଏ ସାଙ୍ଗ ଦରକାର । ଯିଏ ମୋର ପ୍ରତ୍ୟେକ କଥା, କାମରେ ସାହାଯ୍ୟ କରିବ ଓ ମୋତେ ଖୁସି ଦେଇ ପାରିବ । କଣ କହୁଛ ବୋଉ, ଆଣି ଦେବ ତ ।
- ମୁଁ ଏ ବିଷୟରେ ତୋ ବାପାଙ୍କ ସହ ମିଶି ଆଲୋଚନା କରି କହିବି ।
- କିଛି ଆଲୋଚନା ମୁଁ ଶୁଣି ପାରିବି ନାହିଁ । ମୋର ଦରକାର ମାନେ ଦରକାର । ତୁମେ ଆଣିଦିଅ ।

ନଛୋଡ଼ବନ୍ଧା ପୁଅର ଜିଦ୍ ସାମ୍ନାରେ ବାପା ବୋଉ ଦୁହେଁ ସହମତି ଦେଇ ସେମିତି ଗୋଟିଏ ଝିଅ ଅନ୍ଵେଷଣ କଲେ। ଖୁବ୍ ଭଲ ଶିକ୍ଷିତ ସୁନ୍ଦରୀ ଯୁବତୀ କୂଳଶୀଳସ୍ୟ  ଝିଅଟିଏ  ଖୋଜି ଖୋଜି ତା ସହ ପୁଅର ବିବାହ ସମ୍ପନ୍ନ କଲେ। ଏପାଖରେ ପୁଅଟିର ଆଚରଣ ଆଦୌ ଠିକ୍ ଲାଗିଲା ନାହିଁ କାହାକୁ, ବିଶେଷ କରି ଘରେ ଚବିଶ ଘଣ୍ଟା ରହୁଥିବା ମାଆଙ୍କୁ।ପ୍ରସାଦ  ଲାଜ ସରମ କିଛି ନ ମାନି ଅଲାଜୁକ ପରି ଖୁଲମଖୁଲା ଆଚରଣ ପ୍ରଦର୍ଶନ କରେ।ଯାହା ପାଇଁ ବୋଉ ତା'ର ଭାରି ମନକଷ୍ଟ କରେ।ଧୀରେ ଧୀରେ ଏକଥା ପୁଅକୁ କହିଲେ ବୋଉ। ବାପାରେ ଏମିତି ଭାବରେ ସମସ୍ତଙ୍କ ଆଗରେ ବୋହୁମା ସହ ମିଳାମିଶା ଭଲ ନୁହେଁ। ହଠାତ ପ୍ରସାଦ ରାଗିଯାଇ ଭଡ଼ଭଡ଼ ହୋଇ କହି ପକାଇଲା, କାହିଁ ବାପା ଯେତେବେଳେ ତୁମସହ ଏମିତି ଥଟ୍ଟା ମଜା କରୁଥିଲେ, ମୁଁ ତ କେବେ ପ୍ରତିବାଦ କରିବାକୁ ସାହସ କରି ନାହିଁ।ଆଜି ତୁମେ ମୋ ସୁଖ ଖୁସି ସହିପାରୁ ନାହଁ ବୋଲି ଏକଥା କହୁଛ। ଏମିତି କଥା ଶୁଣି ବୋଉ ବହୁତ ମନକଷ୍ଟ କଲେ।ମନେ ମନେ ଗୁଣୁଗୁଣେଇ କହିଲେ, ମୋ ଶିକ୍ଷା ଦୀକ୍ଷା ସଂସ୍କାର ରେ କେଉଁଠି କଣ ଭୁଲ ରହିଗଲା କି;ନଚେତ ନିଜ ହାତରେ ଗଢିଥିବା ଏମିତି ସୁବର୍ଣ୍ଣ ସୁନ୍ଦର ମୂର୍ତ୍ତିଟି ହଠାତ ଏମିତି କୁରୂପ ହୋଇ ମୋତେ ଖତେଇ ହେଲା କାହିଁକି ? ପ୍ରସାଦ ଏତେ ଜୋରରେ ରାଗି ଯାଇଥିଲା ଯେ, ତା ବୋଉକୁ ବହୁତ ଧିକ୍କାର କରି କହି ଘୋଷାଡି ଘୋଷାଡି  ଘରୁ ବାହାରକୁ ବାହାରକରି କବାଟ ବନ୍ଦ କରିଦେଲା।ଆଉ କହିଲା ଶୁଣ୍ ବୋଉ, ତୁ ସେଇଠି ସେମିତି ଥାଆ।ବାପା ଆସନ୍ତୁ ,ଆଜିଠାରୁ ଦୁହେଁ ଯାକ ଅଲଗା ରହିବା ବ୍ୟବସ୍ଥା କରି ଏ ଘର ଛାଡିବ।ସେଇଠି ସେମିତି ମଶା ଡାଆଁଶରେ ପଡିଥା।ଆରେ,ଏ କାଳେ ମୋ ବୋଉ।ଦେଖିଲା ବେଳକୁ ଏ ବାପା ବୋଉ ଦି ଜଣ ଯାକ ସବୁବେଳେ ମୋତେ ଭାଗବତ ପଢେଇବା ଭଳି ଖାଲି ଉପଦେଶ ଦେଇ ଚାଲିଛନ୍ତି । ଯା ଆଜି ୟାର ଫଇସଲା ମୁଁ କରିଦେଲି।ତୁମବାଟ ତୁମେ ଦେଖ,ମୋ ବାଟ ମୁଁ।ଏମିତି ଗର୍ଜିବା ବେଳେ ବାହାରୁ ଶୁଭିଲା ବାପାଙ୍କ ପାଟି।ପ୍ରସାଦ କବାଟ ଖୋଲ,କବାଟ ଖୋଲ,ତୋ ବୋଉ...

 ପ୍ରସାଦ ରାଗମିଶ୍ରିତ ସ୍ବରରେ ଗର୍ଜି ଉଠି କହିଲା,ଆଜି ଠାରୁ ଏ ଘରେ ଆଉ ତୁମ୍ଭମାନଙ୍କର ସ୍ଥାନ ନାହିଁ।ଯାଅ ନିଜ ବ୍ୟବସ୍ଥା ନିଜେ କର।ନିଜେ ମଉଜମସ୍ତି କରିବ,ଠିକ୍।ଆଉ ମୁଁ ଯଦି କଲି ସେଇଟା ଭୁଲ୍।ତୁମମାନଙ୍କୁ ମୋ ସୁଖ ଖୁସି ଭଲ ଲାଗୁନାହିଁ।ଯାଅ ମୋ ଠାରୁ ଅଲଗା ରୁହ।ଏକଥା କହି ଆଉ କବାଟ ଖୋଲିଲା ନାହିଁ ପ୍ରସାଦ।କିନ୍ତୁ କିଛି ସମୟ ପରେ କଣ ଭାବି ଖୋଲିଲା ବେଳକୁ ଦେଖିଲା ଯେ,ବାପା ଓ ବୋଉ ଦୁହେଁ ଚୁପଚାପ।ମନରେ ତ ରାଗ ଥାଏ।ତଥାପି ପାଖକୁ ଯାଇ ବୋଉ ବୋଉ ବାପା ବାପା ବୋଲି ବଡ଼ ପାଟିରେ ଡାକ ଛାଡିଲା।ହେଲେ ତା ଡାକ ଶୁଣିବାକୁ ସେଠାରେ କେହି ନ ଥିଲେ। ବାପା ବୋଉ ଡାକିଡାକି ପେଲି ଉଠେଇଲା ବେଳକୁ ଦୁହେଁ ଯାକ ପଡିଗଲେ। ବାପାଙ୍କ କାନ୍ଧରେ ଥିବା ବ୍ୟାଗ୍ କାଢି ଆଣି ଦେଖିଲା, ତା ଭିତରେ ଥିବା ତା ଜନ୍ମ ବୃତାନ୍ତ।ଯାହା ପଢି ଭୋ ଭୋ ହୋଇ କାନ୍ଦି ଉଠିଲା।

ପ୍ରଣତି ମହାପାତ୍ର, ବାଲେଶ୍ଵର

0 Comments