ସମର୍ପଣ - ରାହାସ କୁମାର ବେହେରା

ସମର୍ପଣ - ରାହାସ କୁମାର ବେହେରା


ପକ୍ଷୀ ଫେରେ
ନୀଡ଼ ଭରେ
ଶୟନେ ସପନେ ଆସି ପୀରତି ଧାରେ ,
ସାଥି ହସେ   
ଫୁଲ ବାସେ
ଗୋପନରେ ମନ ମିଶେ ରାତି ଅଧରେ |
ମିତ ବସେ
ଜହ୍ନ ହସେ
ବାଦଲକୁ ଶେଜ କରି କାହାଣୀ ଲେଖେ ,
ସ୍ମୃତି ଭାସେ
ତାରା ଖସେ
ଝରା ଫୁଲ ଝରି ଯାଏ ବାସ ଚହଟେ |
ପ୍ରୀତି ଖୋଜେ
ମନ ହଜେ
ପଣତ କାନିରେ ଲୁଚେ ଗୋଲାପୀ ମୁହଁ,
ନିଦ ଢ଼ଳେ 
ମେଘ ମାଳେ
ପ୍ରିୟାର ପାଉଁଜି ଭରେ ସଂଗୀତ ଲୟ   |
ଚକା ଜହ୍ନ
ଛନ ଛନ
ଝର ଝର ଝରଣାର ଲୋତକ ଢାଳେ ,
ଘୁରେ ମଥା
ନୂଆ ଦେଖା
ଆଇନାରେ କେଶରାଜି ଲହଡି ଖେଳେ |
ଭାରି ମୋହ 
ଭିଜା ଦେହ
ଅଦିନିଆ ବରଷାରେ ମିଳେଇ ଯାଏ ,
ବୁଡ଼େ କୁଳ
ଢାଳି ଜଳ 
ସ୍ୱର୍ଗ ସୁଖ ପାରିଜାତ ଫୁଟେ ମହକେ |
ସାଥି ନିଶା
ଝୁଲେ ବସା
ଜୀବନରେ ଭରିଯାଏ ରଙ୍ଗ ଅବିର  ,
ଭାଙ୍ଗି ମାନ
ଜୀବ ଧନ
ସମର୍ପଣରେ ଆୟୁତ ସୁଖ ସମ୍ଭାର  |

ରାହାସ କୁମାର ବେହେରା
ବାଲ୍ୟମ୍ବା, ଢେଙ୍କାନାଳ- ୭୫୯୦୧୫
ମୋ- ୯୪୩୮୧୧୪୩୬୮

0 Comments