ରାତି ରାତି ରଙ୍ଗ ବଦଳିଯାଏ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ରାତି ରାତି ରଙ୍ଗ ବଦଳିଯାଏ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଚରଣ କୁ ଧରେ ଚୁଟିକୁ ବି ଧରେ
ତା ରୂପ ଦେଖିବ  ଭାଇ
ଆସ ଦେଖିବରେ କେମିତି ବୁଲନ୍ତି
ସବୁ ମାଳ ମାଳ ହୋଇ  ।।
ମଣିଷ ମାଙ୍କଡ କେବେ କି ଦେଖିଛ
ଅଦ୍ଭୁତ ରୂପଧାରୀ
ଡ଼ିଆଁ ଡେଇଁ ଦେଖ ରାତିକ ଭିତରେ
ରଙ୍ଗ ଦେଇ ବଦଳାଇ  ।।
ନୀତି ନିୟମ ର ଜୁଇ କୁ ଜଳାଇ
o ଦେଇ କେତେ ପ୍ରତିଶୃତି 
ଉଚ୍ଚା-ସନ ପାଇଁ ଜୋଡହସ୍ତେ କେତେ 
ଫନ୍ଦି କଥା କହିଥାନ୍ତି  ।।
ପାଣିଗାର ପରି ପ୍ରତିଶୃତି ପୁଣି 
o ଖାଲି ଫମ୍ପା ଶଦ୍ଦ ଯୋଡ଼ି
କେମିତି ବାଗରେ ଚତୁରେ ଚତୁରେ
o ହୋଇଥାନ୍ତି କୋଳାକୋଳି  ।।
o
ନିଜ ସ୍ଵାର୍ଥ ପାଇଁ ଜନ୍ମ ନେଇଛନ୍ତି
ଆଜି ଏ ସ୍ଵାର୍ଥୀ ପୁରୁଷ
ଏକ ମୁଖେ ଦୁଇ କଥାକୁହା ଶୁଆ
ହୃଦ ହଳାହଳ ବିଷ  ।।
ଦିନଥିଲା ପୁଣି ନିଜ ସ୍ଵାର୍ଥ ତେଜି
ସମାଜ ସେବାରେ ମଗ୍ନ
ରହି ନୀତି କାନ୍ତି ପାଳନ କରି ସେ 
ରଖିଥିଲେ ଦେଶ ମାନ  ।।
ଆଜି ସେବା ଶବ ପାଲଟି ଯାଇଛି 
ଜଳେ ଜନଗଣମନ
ରକତ ଶୋଷଣ ଛାରପୋକ,ଟିଙ୍କ
ସହ ନୁହେଁ କି ସମାନ  ।।
ଆଉ କେତେଦିନ ଚାଲିବ ରେ ଧର୍ମ
ଏପରି ଅଧର୍ମ ଦେଇ
ସାବଧାନ ହୁଅ ଜନ-ଗଣ-ମନ
ପାପଯାଉ କ୍ଷୟ ହୋଇ  ।।

କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

0 Comments