ବାତ୍ୟା ଜନିତ ଅସୁବିଧା କାରଣରୁ କ୍ଷୁଦ୍ରଗଳ୍ପ ଓ କବିତା ପ୍ରତିଯୋଗିତାର ଫଳାଫଳ ମେ - ୧୦ ତାରିଖ ପରିବର୍ତ୍ତେ ଚଳିତ ମାସ ୩୧ ତାରିଖ ସୁଧା ଘୋଷଣା କରାଯିବ । ଏବଂ ଚଳିତ ମାସ ୨୩ ତାରିଖ ଠାରୁ କବିର ଘର ପ୍ରସ୍ତୁତ "ଆଜିର ଅତିଥି" କାର୍ଯ୍ୟକ୍ରମର ସାପ୍ତାହିକ ପ୍ରସାରଣ ସେବା ଆରମ୍ଭ ହେବ । ଅନିଚ୍ଛାକୃତ ଅସୁବିଧା ନିମନ୍ତେ ଦୁଃଖିତ ।

ରଙ୍ଗର ପରଵ ହୋଲି - ସଦାନନ୍ଦ ସାହୁ

ରଙ୍ଗର ପରଵ ହୋଲି - ସଦାନନ୍ଦ ସାହୁ


ରଙ୍ଗର ପରବ ସ୍ନେହଁ ସୌହାର୍ଦ୍ଦ୍ୟର 
     ସପ୍ତରଙ୍ଗେ   ରଙ୍ଗାୟିତ , 
ଏ'ଗଣ ପରବ   ସଂସ୍କୃତି  ବିଭବ 
     ଜୟମା'  ଭାରତ ମାତ   ! !  
            
ବରଷକେ ଥରେ  ଆସିଛି ହୋଲିରେ 
      ରଙ୍ଗର  ପସରା ମେଲି 
ଆସ କୁନା ମୁନା ଆସ ହେ' ଭାଇନା 
      ରାଗରୁଷା     ସଵୁ ଭୁଲି  ! ! 

ରଙ୍ଗରେ ଭିଜିବା  ସରାଗେ  ନାଚିବା
       ସମ୍ପର୍କ  ମୁରୁଜ  ବୁଣି 
ନୂଆ ସ୍ଵପ୍ନ  ଦେଖି   ହଜିଯିବା ଆଜି 
      ସଭିଁଙ୍କ  ହୃଦୟ  ଜିଣି   ! ! 

ପୁରାଣେ ବର୍ଣ୍ଣିତ   ରଙ୍ଗପର୍ବ ସତ 
       ଦ୍ଵାପର ଯୁଗର  ଚିତ୍ର
ଗୋପ ଗୋପାଙ୍ଗନା ରାଧାକୃଷ୍ଣଲୀଳା
       ପ୍ରେମ  ରସାୟନମୃତ  ! ! 

ରାଧାକୃଷ୍ଣ  ଯୋଡି  ଯୁଗଳ  ମୂରତି 
      ବୋଳି ହେଉ ଥିଲେ ରଙ୍ଗ 
ପ୍ରେମର  ବାରତା    ପ୍ରଭୁଙ୍କ ସଦିଚ୍ଛା 
     ଭାବ  ବନ୍ଧନର  ଦିଗ   ! ! 

ଏ'ଫଗୁଣ ଅବିର   ପ୍ରୀତି ବସନ୍ତର 
       ସ୍ନେହଁ ପ୍ରେମେ ସନ୍ନିହିତ 
ହେ'ତରୁଣ ତରୁଣୀ ପ୍ରେମ ନିର୍ଝରିଣୀ 
       ହୃଦୟର  ସାଜ ମିତ   ! ! 

ନବ ପଲ୍ଲବୀତ    ପ୍ରେମଦ୍ରୁମ ବିତ୍ତ  
     ରଙ୍ଗ ପୁଷ୍ପେ  ଅଭିଷିକ୍ତ 
ଆକାଶରେ ଥାଇ   ହସିଦିଏ  ରବି 
    ପ୍ରେମରେ ହୋଇ ଆସକ୍ତ   ! ! 

ଏ'ହୋଲି ପରବ  ପାଳ ଜନଗଣ 
      ମନରେ ନରଖି ରୋଷ 
କ୍ରୋଧ ହିଂସା ଦ୍ଵେଷ  କର ପରିହାର 
        ଓଠରୁ  ଝରିବ   ହସ  ! ! 

ସମାଜିକ ଭାବ   ହେଵ ସଂଗଠିତ 
     ବୈଷମ୍ୟ ଯିବ ଉଭେଇ 
ନାଲି  ହୋଲି ରଙ୍ଗ  ନାଲିତ  ରକତ 
      ଭିନ୍ନତାର  ଚିହ୍ନ ନାଇଁ    ! ! 
- - - - - - - - - - - - - - - - - - - - -
ସଦା ନନ୍ଦ ସାହୁ , (କାରା କର୍ମଚାରୀ )
କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର  ! 
 - - - - - - - - - - - - - - - - - - - - -- - - - -

0 Comments